କନକବ୍ୟୁରୋ: କେଜ୍ରିୱାଲ କଲେ ଭବିଷ୍ୟବାଣୀ । ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କେଜ୍ରିୱାଲ କହିଛନ୍ତି ଆସନ୍ତାବର୍ଷ ମୋଦୀଙ୍କୁ ୭୪ବର୍ଷ ପୂରି ୭୫ ଚାଲିବ ଓ ସେ ରାଜନୀତିରୁ ଅବସର ନେବେ । ତାଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ହେବେ ଅମିତ ଶାହା । କେବଳସେତିକି ନୁହେଁ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅ।।ଦିତ୍ୟନାଥ ଦୁଇ ମାସ ଭିତରେ ବିଦା ହେବେ ବୋଲି କେଜ୍ରିୱାଲ ବୟାନ ଚର୍ଚ୍ଚା ସାଉଁଟିଛି ।