କନକ ବ୍ୟୁରୋ : ବୟସ ୬୦ ଟପିଲାଣି । ହେଲେ ଆଜି ବି ଭାଇ ଓ ଭଉଣୀ ମଧ୍ୟରେ ନିବିଡ ସମ୍ପର୍କ ରହିଛି । ଜୟପୁର ସହରର ପାଣିନଳା ସାହିରେ ଦେଖିବାକୁ ମିଳିଛି ଭାଇ-ଭଉଣୀଙ୍କ ଅନାବିଳ ସ୍ନେହ, ପ୍ରେମର କାହାଣୀ । ଭଉଣୀ ପଙ୍କଜୀନୀ ପୁଜାରୀ, ବୟର ୬୦ ଟପିଗଲାଣି । ପିଲାଟି ଦିନରୁ ଦୃଷ୍ଟିବାଧିତ ସମସ୍ୟା ଯୋଗୁଁ ଦେଖି ପାରନ୍ତି ନାହିଁ ।

Advertisment

ଦୀର୍ଘ ୬୦ ବର୍ଷରୁ ଅଧିକ ହେଲା ପଙ୍କଜୀନୀ ଭାଇ ବାଲାଜି ଚୌଧୁରୀ ଓ ଭାଉଜଙ୍କ ସହ ରହି ଆସୁଛନ୍ତି । ଭାଇ ବାଲାଜି ଚୌଧୁରୀ ମଧ୍ୟ ଦୀର୍ଘ ୧୮ବର୍ଷ ହେଲା ପକ୍ଷଘାତରେ ପୀଡିତ । ଏହି ପରିସ୍ଥିତିରେ ବି ଭଉଣୀ ହାତ ଛାଡି ନାହାନ୍ତି । ରକ୍ଷା ବନ୍ଧନ ଆସିଥିବାରୁ ଭଉଣୀ ପଙ୍କଜୀନି ଭାଇ ହାତରେ ଖୁସିରେ ରାଖୀ ବାନ୍ଧୀ ଶୁଭ ମନାସିଛନ୍ତି ।