୭୭ ତମ କ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲରେ ଚମକିଲେ ଐଶ୍ୟର୍ଯ୍ୟା ରାୟ ବଚ୍ଚନ । ଝିଅ ଆରାଧ୍ୟା ସହ ରେଡ କାରପେଟ ଚାଲିଲେ ବଲିଉଡ କୁଇନ ।

369

କନକବ୍ୟୁରୋ: ୭୭ ତମ କାନସ୍ ଫିଲ୍ମ ଫେଷ୍ଟିଭାଲରେ ଚମକିଲେ ଐଶ୍ୱର୍ଯ୍ୟା । ଝିଅ ଆରାଧ୍ୟା ସହ ରେଡ କାରପେଟ ଚାଲିଲେ ବଲିଉଡ କୁଇନ । ଫ୍ରାନ୍ସରେ ଆୟୋଜିତ ହେଉଥିବା ଲୋକପ୍ରିୟ ଫିଲ୍ମ ଫେଷ୍ଟିଭାଲରେ ଏଥର ଦେଖିବାକୁ ମିଳିଥିଲା ବଲିଉଡ ଅଭନେତ୍ରୀ ଏଶ୍ୱର୍ଯ୍ୟା ଜଲୱା । ଏକ ବ୍ଲାକ୍ ଓ ଗୋଲଡେନ୍ ଆଉଟ୍ ଫିଟରେ ନଜର ଆସିଥିଲେ ସେ । ଆନ୍ତର୍ଯାତୀୟ ମଂଚରେ ଅଭିନେତ୍ରୀଙ୍କ ଏଭଳି ଲୁକ୍ ବେଶ ଆକର୍ଷଣୀୟ ଦିଶୁଥିଲା । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ତେବେ ନିକଟରେ ଐଶ୍ୱର୍ଯ୍ୟାଙ୍କ ଡାହାଣ ହାତରେ ଆଘାତ ଲାଗିଥିଲା । ଏହାସତ୍ୱେ ବି ବଲିଉଡର ଏହି ୫୦ ବର୍ଷୀୟ ଅଭିନେତ୍ରୀ କାନ୍ସର ତାରକାଖଚିତ ମଂଚରେ ଚମକିଛନ୍ତି । ତେବେ ମେ ୧୪ରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ମେ ୨୫ ଯାଏ ଚାଲିବ ।