୬୪ତମ ଜାତୀୟ ଚଳଚ୍ଚିତ୍ର ପୁରଷ୍କାର ଘୋଷଣା ହୋଇଛି । ରାମ ମାଧବାନୀ ନିର୍ଦ୍ଦେଶିତ ସିନେମା ‘ନୀରଜା’ ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଆୱାର୍ଡ ପାଇଛି । ‘ରୁସ୍ତମ’ ପାଇଁ ଅକ୍ଷୟ କୁମାରଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ଓ ମଲୟାଲମ ସିନେମା ‘ମିନ୍ନାମିନୁଙ୍ଗୁ’ ପାଇଁ ସୁରଭୀ ଲକ୍ଷ୍ମୀଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ମିଳିଛି ।
ସେହିପରି ବେଷ୍ଟ ଭିଏଫଏକ୍ସ କ୍ୟାଟେଗୋରୀରେ ଅଜୟ ଦେବଗନଙ୍କ ‘ଶିବାୟ’କୁ ଆୱାର୍ଡ ମିଳିଛି । ଏହାସହ ‘ନୀରଜା’ ସିନେମା ପାଇଁ ସୋନମ କପୁରଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/vlcsnap-2017-04-07-14h26m00s628.png)