ସୁନ୍ଦରଗଡରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ର ।

63

କନକବ୍ୟୁରୋ : ଶେଷ ଦିନରେ କମ୍ପୁଛି ପ୍ରଚାର ମୈଦାନ । ଧର୍ମେନ୍ଦ୍ରଙ୍କ ପାଇଁ ପ୍ରଚାର ମୈଦାନରେ ଡ୍ରିମ୍ ଗାର୍ଲ । ବାରକୋଟ ବ୍ଲକ ଅନ୍ତର୍ଗତ ଡଅଁରା ହାଇସ୍କୁଲ ଖେଳ ପଡ଼ିଆରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶ ଅନୁଷ୍ଠିତ ହୋଇଛି । ଜିଲ୍ଲା ସଭାପତି ଅରୁଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମଥୁରା ସାଂସଦ ହେମାମାଳିନୀ ଯୋଗଦେଇ ସାଧାରଣ ସଭାକୁ ସମ୍ବୋଧନ କରିଥିଲେ । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନର ସମୟ ଆସିଛି ବୋଲି କହିଥିଲେ ହେମାମାଳିନୀ ।

ସେହିପରି ସୁନ୍ଦରଗଡରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି । ଦଳୀୟ ପ୍ରାର୍ଥୀ ଜୁଏଲ ଓରାମ୍ ଓ କୁସୁମ ଟେଟେଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ଓଲିଉଡ ଅଭିନେତା ତଥା ବିଜେପି ନେତା ସିଦ୍ଧାନ୍ତ ମହାପାତ୍ର । ସୁନ୍ଦରଗଡ ସହରରେ ବିଶାଳ ରୋଡ ଶୋ କରି ଦୁଇ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ସିଦ୍ଧାନ୍ତ । ସେହିପରି ବିଜେଡିର ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କି ଏବଂ ଯୋଗେଶ ସିଂ ସୁନ୍ଦରଗଡ ସହରର ଓାର୍ଡ ନମ୍ବର ୭ରେ ମାରାଥନ ପ୍ରଚାର କରିଛନ୍ତି । ଘରକୁ ଘର ଯାଇ ଦଳ ପାଇଁ ପ୍ରଚାର କରିଛନ୍ତି ।