କନକନ୍ୟୁଜରେ ଖବର ପ୍ରସାରଣ ପରେ ପ୍ରଭାବ,ଶ୍ରୀମନ୍ଦିର ଚାରିପାଶ୍ୱର୍ରେ ଖୁବ୍ ଶୀଘ୍ର ହେବ ଲାଇଟ ବ୍ୟବସ୍ଥା ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳଙ୍କ ସୂଚନା ।

260

କନକବ୍ୟୁରୋ :ଶ୍ରୀମନ୍ଦିର ଚାରିପାଶ୍ୱର୍ରେ ଖୁବ୍ ଶୀଘ୍ର ପୁଣି ହେବ ଲାଇଟ ବ୍ୟବସ୍ଥା । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ଶ୍ରୀମନ୍ଦିର ଚାରିପଟେ ଲଗାଯାଇଥିବା ଲାଇଟ ହଟାଇଦିଆଯିବା ଘଟଣାରେ ତଦନ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ସଚିବ ପ୍ରଦୀପ ଜେନା । କାହିଁକି ଶ୍ରୀମନ୍ଦିରର ଚାରିପାଖରୁ ଲାଇଟ କଢ଼ାଯାଇଛି ତାହାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ । ଶ୍ରୀମନ୍ଦିରର ଚାରିପାଖରେ ଲାଇଟ ହଟାଯିବା ନେଇ କନକ ନ୍ୟୁଜରେ ଲଗାତର ଖବର ପ୍ରସାରଣ ହୋଇଛି । ୩ଦିନ ତଳେ ଶ୍ରୀମନ୍ଦିରର ଆଲୋକୀକରଣ ପାଇଁ ଲଗାଯାଇଥିଲା ଲାଇଟ୍ ଖୋଲି ଦିଆଯାଇଥିଲା । ସେପଟେ ଶ୍ରୀମନ୍ଦିର ଭିତରେ କେବୁଲ ଖୋଲୁଥିବା ବେଳେ ୪ଜଣଙ୍କୁ ଅଟକ ରଖିଛି ସିଂହଦ୍ୱାର ଥାନା ପୋଲିସ ।