କନକ ବ୍ୟୁରୋ: କଟକ କାଠଯୋଡି ବିହାର ବସ୍ତିରୁ ଶିଶୁ ବିକ୍ରି ଉଦ୍ୟମ ବେଳେ ଶିଶୁକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ । ସିଡବ୍ଲୁସି ଅଧିକାରୀ ଏନେଇ ଖବର ପାଇବା ପରେ ଶିଶୁକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଏହ ଶିଶୁକୁ କିଏ କାହିଁକି ବିକ୍ରି କରୁଥିଲା ସେ ନେଇ ତଦନ୍ତ ଚାଲିଛି । ଘଟଣାରେ କାହାକୁ ଗିରଫ କରାଯାଇନାହିଁ । ଘଟଣାରେ ୩ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିବା ସୂଚନା ମିଳିଛି । ପୋଲିସ ପିଲାବିକ୍ରି ନେଇ ତଦନ୍ତ କରୁଛି ।
ଶିଶୁବିକ୍ରି ଉଦ୍ୟମ ବେଳେ ଶିଶୁକୁ ଉଦ୍ଧାର ! କଟକ କାଠଯୋଡି ବିହାର ବସ୍ତିରୁ ଶିଶୁ ବିକ୍ରି ଉଦ୍ୟମ ବେଳେ ଉଦ୍ଧାର କଲା ଚାଇଲ୍ଡ ଲାଇନ
/kanak/media/post_attachments/wp-content/uploads/2021/01/baby-1200.jpg)