କନକବ୍ୟୁରୋ: ସେପ୍ଟେମ୍ବର ୨୮ । ୨୦୧୬ । ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା ଭାରତୀୟ ସେନା । ପୁଲୱାମା ଆକ୍ରମଣର ଜବାବ ଦେଇ ଭାରତ କରିଥିଲା ସର୍ଜିକାଲ ଷ୍ଟ୍ରାଇକ । ଯେଉଁ ସମୟରେ ଦେଶରେ ନିର୍ବାଚନ ଚାଲିଛି ଠିକ ସେତିକିବେଳେ । ୮ବର୍ଷ ପୂର୍ବ ଘଟଣାକୁ ବଡ ନିର୍ବାଚନ ପ୍ର୍ରସଙ୍ଗ କରିଛି ବିରୋଧୀ । ନିକଟରେ ହୋଇଥିବା କାଶ୍ମୀର ପୁଂଚ ଆତଙ୍କୀ ଆକ୍ରମଣ ଘଟଣାକୁ ଉଠାଇବା ସହ ସର୍ଜିକାଲ ଓ ବାଲାକୋଟ ଷ୍ଟ୍ରାଇକକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ।

Advertisment

ଏହି କ୍ରମରେ ସାମିଲ ହୋଇଛନ୍ତି କଂଗ୍ରେସ ନେତା ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ । ପୁଲୱାମା ଆକ୍ରମଣକୁ ବିଜେପି ସରକାର ଓ ଦେଶର ତଦନ୍ତକାରୀ ସଂସ୍ଥାଗୁଡିକର ବିଫଳତା କହିବା ସହ ସର୍ଜିକାଲ ଷ୍ଟ୍ରାଇକ ସତ ନା ମିଛ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ରେଭନ୍ତଙ୍କ ବୟାନକୁ ନିନ୍ଦା କରିଛି ବିଜେପି । ଭାରତୀୟ ସେନାର ମନୋବଳ କମ କରିବାକୁ ବିରୋଧି କୌଣସି ମୌକା ଛାଡନ୍ତ ନାହିଁ ଓ ସବୁସମୟରେ ସେନାର ପରାକ୍ରମକୁ ପ୍ରଶ୍ନ କରୁଛନ୍ତି ବୋଲି ବିଜେପି କହିଛି ।

ଏହା ପ୍ରଥମ ଘଟଣା ନୁହେଁ ଯେବେ ମୋଦୀ ସରକାରଙ୍କୁ ଟାର୍ଗେଟ କରିବାକୁ ଯାଇ ଭାରତୀୟସେନା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ନିକଟରେ ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ପୁଂଛ ଆକ୍ରମଣକୁ ବିଜେପି ସରକାରଙ୍କ ଏକ ନିର୍ବାଚନୀ ଷ୍ଟଂଟ କହି ବିବାଦ ଘେରକୁ ଆସିଥିଲେ । ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ପୁଲୱାମା ଆକ୍ରମଣ ଉପରେ ପ୍ରଶ୍ନ ଉଠାଇବା ସହ ସର୍ଜିକାଲ ଷ୍ଟ୍ରାଇକ ଓ ବାଲାକୋଟ ଷ୍ଟ୍ରାଇକ ଘଟଣାକୁ ନେଇ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ । ତେବେ ନିର୍ବାଚନ ଭିତରେ ଏଭଳି ବୟାନବାଜୀ ରାଜନୈତିକ ଦଳଗୁଡିକ ପାଇଁ ସମସ୍ୟା ଆଣିବ ନା ସହାୟକ ହେବ ତାହା ନିର୍ବାଚନୀ ଫଳାଫଳରୁ ସ୍ପଷ୍ଟ ହେବ ।