କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଆଜି ୪୩ ଟି ଆସନ ପାଇଁ ମତଦାନ ଜାରି ରହିଛି । ଏହି ପର୍ଯ୍ୟାୟରେ ବିଜେପିର ବରିଷ୍ଠ ନେତା ମୁକୁଲ ରାୟଙ୍କ ସମେତ ୩୦୬ ଜଣ ପ୍ରାର୍ଥୀ ସେମାନଙ୍କର ଭାଗ୍ୟ ପରୀକ୍ଷା କରୁଛନ୍ତି । ଅନ୍ୟପଟେ ଭୋଟଦାନ କେନ୍ଦ୍ର ମାନଙ୍କରେ ସୁରକ୍ଷା ବ୍ୟବସ୍ଥା ବି କଡାକଡି କରାଯାଇଛି । ଭୋଟଦାନ ବେଳେ ହିଂସା ରୋକିବାକୁ କେନ୍ଦ୍ରୀୟ ସୁରକ୍ଷାବଳର ୧୦୭୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଏହି ପର୍ଯ୍ୟାୟରେ ସମସ୍ତ ରାଜନୈତିକ ଦଳମାନଙ୍କର ନଜର ମତୁଆ ସଂପ୍ରଦାୟ ଉପରେ ରହିଛି । ଏହାସହ ୨୪ ପ୍ରଙ୍ଗଣା ର ୧୭ ଆସନ ଓ ନଦିଆ ଜିଲ୍ଲାର ୯ ଟି ଆସନ ଉପରେ ନଜର ରହିଛି ।
ଅନ୍ୟପଟେ ୨୪ ପ୍ରଙ୍ଗଣା ବିଜପୁର ଆସନରେ ବୁଥ୍ ନଂ ୭୦ ରେ ଟିଏମସି ନେତା ମାଧବ ଦାସଙ୍କ ଉପରେ ବିଜେପି କର୍ମୀମାନେ ଆକ୍ରମଣ କରିଥିବା ଟିଏମସି ଅଭିଯୋଗ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/Capture-27.jpg)