ଦିଲ୍ଲୀ ଜଳ ସଙ୍କଟ ଆବେଦନରେ ସୁପ୍ରିମକୋର୍ଟଙ୍କ ଶୁଣାଣୀ ,ସବୁପକ୍ଷଙ୍କ ସହ ଆଲୋଚନା କରି ସମାଧାନ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ।

70

କନକବ୍ୟୁରୋ:ଦିଲ୍ଲୀରେ ଜଳ ସଙ୍କଟ ସମ୍ପର୍କିତ ଆପ ସରକାରଙ୍କ ଆବେଦନ ଉପରେ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ରାଜ୍ୟମାନଙ୍କ ମଧ୍ୟରେ ଯମୁନା ନଦୀ ଜଳ ବଂଟନ ଜଡିତ ମାମଲା ଏକ ସମ୍ବେଦନଶୀଳ ପ୍ରସଙ୍ଗ ଅଟେ । ଯମୁନା ନଦୀ ବୋର୍ଡ ଜଳ ବାଟିବା ଦାୟିତ୍ୱ ନେବା ଜରୁରୀ । କାଲି ସମସ୍ତ ପକ୍ଷ ଏକାସହ ବୈଠକ କରି ତୁରନ୍ତ ନିଷ୍ପ୍ତ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ କୋର୍ଟରେ ହିମାଚଳ ସରକାର ନିଜ ପକ୍ଷ ରଖି କହିଛନ୍ତି ଦିଲ୍ଲୀକୁ ପାଣି ଦେବାକୁ ରାଜ୍ୟ ପାଖରେ ପର୍ଯ୍ୟାପ୍ତ ପରିମାଣ ନାହିଁ । ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ଜଷ୍ଟିସ ପ୍ରସନ୍ନା ବରାଲେଙ୍କ ଖଣ୍ଡପୀଠ ଶୁଣାଣୀ କରିଥିଲେ ।