କନକବ୍ୟୁରୋ :ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ । ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ଥିବା ବେଳେ ୬ଟି ସଂସଦୀୟ କ୍ଷେତ୍ର ଓ ୪୨ଟି ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହେବ । ୯୪ଲକ୍ଷ ୪୮ହଜାର ଭୋଟର ମତଦାନ କରିବେ ।
ସେମାନଙ୍କ ମଧ୍ୟରୁ ୪୮ ଦଶମିକ ୩୦ ପୁରୁଷ ଭୋଟର ଥିବା ବେଳେ ୪୬ ଦଶମିକ ୧୮ ପ୍ରତିଶତ ମହିଳା ଭୋଟର ଅଛନ୍ତି । ଯୁବ ଭୋଟର ସଂଖ୍ୟା ୨୧ ପ୍ରତିଶତ ରହିଛି । ତୃତୀୟ ପର୍ଯ୍ୟାୟରେ ୧୦ ହଜର ୫୫୧ ପୋଲିଂ ବୁଥରେ ହେବ ମତଦାନ । ୧୫ଶହ ପୋଲିଂ ବୁଥ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ । ନିର୍ବାଚନ ପରିଚାଳନା ପାଇଁ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/26-18.jpg)