ଝାରସୁଗୁଡାରେ ଇକୋ ବୁଥ । ବେହେରାମାଲ ବିଦ୍ୟାଳୟରେ ସବୁଜ ରଙ୍ଗରେ ଛାଉଣୀ । ଭୋଟରଙ୍କ ଛୋଟ ପିଲାଙ୍କ ପାଇଁ ରଖାଯାଇଛି ଖେଳନା । ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ

72

କନକବ୍ୟୁରୋ:ରାତିପାହିଲେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଏନେଇ ବିଭିନ୍ନ ବୁଥ୍ ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିଭଳି ଝାରସୁଗୁଡାରେ ହୋଇଛି ଇକୋ ବୁଥ୍ । ବେହେରାମାଲ ବିଦ୍ୟାଳୟରେ ସବୁଜ ରଙ୍ଗରେ ଛାଉଣୀ କରାଯାଇଛି । ଖରା ଯୋଗୁ ସବୁଜ କପଡା ଛାଉଣୀ ହୋଇଥିବା ବେଳେ ପ୍ଲାଷ୍ଟିକ୍ ବଦଳରେ ମାଟି ପାତ୍ରରେ ପାଣି ବ୍ୟବସ୍ଥା କରାଯାଇଛି । ସେହିଭଳି ମତଦାନ କରିବାକୁ ଆସିଥିବା ଭୋଟର ମାନଙ୍କ ଛୋଟ ଛୋଟ ପିଲାଙ୍କ ପାଇଁ ମଧ୍ୟ ବିଭିନ୍ନ ଖେଳନା ସବୁ ରଖାଯାଇଛି । ଭୋଟରଙ୍କ ଯେଭଳି କୌଣସି ଅସୁବିଧା ନହୁଏ ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି ।