ଗୋଟେ ସମୟ ଏମିତି ଥିଲା ଯେତେବେଳେ ଇସ୍ରାଏଲ୍ ନିଜର ଜଣେ ସୈନିକର ମୁକ୍ତି ବଦଳରେ ୧୦୦୦ ରୁ ଉର୍ଦ୍ଧ କଏଦୀଙ୍କୁ ଛାଡିବାକୁ ବାଧ୍ୟ ହେଇଥିଲା । ଏବେ କିନ୍ତୁ  ହମାସ ୨୦୦ ପାଖାପାଖି ଲୋକଙ୍କୁ ବନ୍ଦୀ କରି ରଖିଛି

Advertisment

। ଏହାର କାରଣ କଣ ହେଇପାରେ ?

ଇସ୍ରାଏଲ୍ ହୋଷ୍ଟେଜ୍ ଏକ୍ସଚେଞ୍ଜ: ଅକ୍ଟୋବର ୭ ରେ ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ୍ ଉପରେ ଏକକାଳୀନ ୫ ହଜାରରୁ ଅଧିକ ରକେଟ୍ ମାଡ଼ କରିଥିଲା । ଏହା ପରେ ବିଶୃଙ୍ଖଳାର ସୁଯୋଗ ନେଇ ୧ ହଜାରରୁ ଅଧିକ ଆତଙ୍କବାଦୀ ବାଡ ଭାଙ୍ଗି ଇସ୍ରାଏଲରେ ପ୍ରବେଶ କରି ଶତାଧିକ ଲୋକଙ୍କୁ ହତ୍ୟା କରିଥିଲେ ଏବଂ ଶତାଧିକ ଇସ୍ରାଏଲ ନାଗରିକଙ୍କୁ ବନ୍ଧକ ହିସାବରେ ଜୋର ଜବରଦସ୍ତ ଗାଜା ଷ୍ଟ୍ରିପକୁ ନେଇଯାଇଥିଲେ । ଅପହରଣ କରି ନେଇଥିବା ଲୋକଙ୍କ ମଧ୍ୟରୁ  ଅଧିକାଂଶ ହେଉଛନ୍ତି ମହିଳା ଏବଂ ଶିଶୁ। ଗାଜା ଷ୍ଟ୍ରିପରୁ ଇସ୍ରାଏଲକୁ ଆସିଥିବା ହମାସ ଆତଙ୍କବାଦୀମାନେ ମଧ୍ୟ ଅନେକ ଅଞ୍ଚଳରେ ହତ୍ୟାକାଣ୍ଡ ଘଟାଇଥିବାର ଖବର ରହିଛି। ଏପରିକି ଶିଶୁମାନଙ୍କୁ ଜୀବନ୍ତ ଦଗ୍ଧ କରିଥିବାର ଭିଡିଓ ମଧ୍ୟ ଦେଖିବାକୁ ମିଳିଛି । ବହୁ ଲୋକଙ୍କୁ ସେମାନଙ୍କ ପରିବାର ସାମ୍ନାରେ ହତ୍ୟା କରାଯାଇଥିଲା । କିନ୍ତୁ ଆତଙ୍କବାଦୀମାନେ ୧୦୦ ରୁ ଅଧିକ ଲୋକଙ୍କୁ ବନ୍ଧକ  ରଖିବାର କାରଣ କ’ଣ?

ଆସନ୍ତୁ ଜାଣିବା ଏହାର କାରଣ ଏବଂ ହମାସର ରଣନୀତି ।

ହମାସ କହିକି ବନ୍ଧକ ରଖିଛି ଇସ୍ରାଏଲ ନାଗରିକମାନଙ୍କୁ ?

ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ କିନ୍ତୁ ଏହା ସତ୍ୟ ଅଟେ । ୧୨ ବର୍ଷ ପୂର୍ବେ ୨୦୧୧ ରେ ଇସ୍ରାଏଲ୍ ନିଜର ଜଣେ ସୈନିକ ବଦଳରେ ପାଲେଷ୍ଟାଇନର ଏକ  ହଜାରରୁ ଅଧିକ ଲୋକଙ୍କୁ ମୁକ୍ତ କରିଥିଲା । ସେମାନଙ୍କ ମଧ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ବହୁଲୋକ ଥିଲେ । ଯେଉଁମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।  ବନ୍ଦୀମାନଙ୍କର ଏହି ଆଦାନ ପ୍ରଦାନ ସ୍ପଷ୍ଟ କରିଛି ଯେ ଇସ୍ରାଏଲ୍ ଏହାର ନାଗରିକ ଏବଂ ସୈନିକମାନଙ୍କୁ କେତେ ଗୁରୁତ୍ୱ ଦେଇଥାଏ । ବୋଧହୁଏ ବର୍ତ୍ତମାନ  ହମାସ ଏହାର ଫାଇଦା ନେବାକୁ ଚାହୁଁଛି ।

ଯେବେ ହମାସ୍ ଜଣେ ଇସ୍ରାଏଲ୍ ସୈନିକଙ୍କୁ ଅପହରଣ କରିଥିଲା 

୨୦୦୬ ରେ ହାମାସ ଆତଙ୍କବାଦୀମାନେ ଏକ ଟନେଲ ମାଧ୍ୟମରେ ଏକ ଇସ୍ରାଏଲ୍ ସେନା ଆଉଟପୋଷ୍ଟ ଉପରେ ଆକ୍ରମଣ କରି ସେଠାରୁ ଗିଲାଦ ଶାଲିତ ନାମକ ଜଣେ ଇସ୍ରାଏଲ୍ ସୈନିକକୁ ଅପହରଣ କରି ନେଇଥିଲେ । ତା’ପରେ ଇସ୍ରାଏଲ ଶାଲିତଙ୍କୁ ଉଦ୍ଧାର କରିବା ପାଇଁ ଅନେକ ସାମରିକ ଅପରେସନ୍ ଆରମ୍ଭ କରିଥିଲା ​​। ଯେଉଁଥିରେ ଆତଙ୍କବାଦୀଙ୍କ ସମେତ ଶହ ଶହ ଲୋକ ପ୍ରାଣ ହରାଇଥିଲେ, କିନ୍ତୁ ଅପହରଣ ହୋଇଥିବା ସୈନିକ ଶାଲିତଙ୍କୁ ଉଦ୍ଧାର କରିବାରେ ସେନା ବିଫଳ ହୋଇଥିଲା ।

ଯେତେବେଳେ ଇସ୍ରାଏଲ ଜଣେ ସୈନିକ ବଦଳରେ ୧୦୦୦ କଏଦୀକୁ ମୁକ୍ତ କରିଥିଲା ।

ଏହା ପରେ ଗାଜା ଉପରେ ଶାସନ କରୁଥିବା ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲକୁ ଇସ୍ରାଏଲ ସୈନିକର ମୁକ୍ତି ପାଇଁ ଏକ ସର୍ତ୍ତ ରଖିଥିଲା । ଯାହାକୁ ପ୍ରଥମେ ଇସ୍ରାଏଲ ସରକାର ପ୍ରତ୍ୟାଖ୍ୟାନ କରିଥିଲେ । କିନ୍ତୁ ପରେ ବାଧ୍ୟ ହେଇ ନିଜର ଜଣେ ସୈନିକ ବଦଳରେ ଏକ ହଜାର ପଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରିଥିଲେ । ଏହାର କାରଣ ଥିଲା ଇସ୍ରାଏଲ ଜନତାଙ୍କ ଚାପ । ସେମାନେ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ କି ଯେ କୌଣସି ଉପାୟରେ ହେଉ ତାଙ୍କର ଉକ୍ତ ସୈନିକ ଜୀବିତ ଦରକାର । ଏ ଚାପ ଆଗରେ ଇସ୍ରାଏଲ ସରକାର ମୁଣ୍ଡ ନୂଆଁଇବାକୁ ବାଧ୍ୟ ହେଇଥିଲେ । ତାଙ୍କର ଆଉ ଏକ ଭୟ ବି ଥିଲା ଯେ ହଲ ରନ ପରି ତାଙ୍କର ସୈନିକକୁ ଅବସ୍ଥା ଭୋଗିବାକୁ ପଡିପାରେ ।

ହଲ ରୋନ୍ ଘଟଣା ଏମିତି ଥିଲା

ରୋନ୍ ଆରାଡ୍ ଜଣେ ଇସ୍ରାଏଲ୍ ବାୟୁସେନା ନାଭିଗେଟର୍ ଥଲେ । ଯିଏ ୧୯୮୬ ରେ ଲେବାନନରେ କଏଦ ହୋଇଥିଲେ। ଦକ୍ଷିଣ ଲେବାନନରେ ହୋଇଥିବା ଏକ ଅପରେସନ୍ ସମୟରେ ଆରାଦକୁ କାବୁ କରାଯାଇଥିଲା । ପ୍ରଥମେ ଆରାଦ ଏକ ସ୍ଥାନୀୟ ଗୋଷ୍ଠୀ ଦ୍ୱାରା ଧରା ପଡ଼ିଥିଲେ । ପରେ ତାଙ୍କୁ ଆତଙ୍କବାଦୀ ସଂଗଠନ ହିଜବୁଲାକୁ ହସ୍ତାନ୍ତର କରାଯାଇଥିଲା ।  ଆରାଡକୁ ଆତଙ୍କବାଦୀଙ୍କ କବଳରୁ ମୁକ୍ତ କରିବାକୁ ଇସ୍ରାଏଲ୍ କଠିନ ଚେଷ୍ଟା କରିଥିଲା ​​କିନ୍ତୁ ଇସ୍ରାଏଲ୍ ସଫଳ ହୋଇପାରି ନଥିଲା।  ତା’ପରେ ୨୦୦୮ ରେ ହିଜବୁଲା ଘୋଷଣା କରିଥିଲେ ଯେ ଆରଦଙ୍କୁ ସେମାନେ ହତ୍ୟା କରିଛନ୍ତି ।  ଶାଲିତଙ୍କ କ୍ଷେତ୍ରରେ ଇସ୍ରାଏଲୀୟମାନେ ଭୟ କରୁଥିଲେ ଯେ ସେପରି କିଛି ଘଟିପାରେ ବୋଲି । ତେଣୁ ସେମାନେ ବାଧ୍ୟ ହେଇ ଏକ ହଜାରରୁ ଉର୍ଦ୍ଧ କଏଦୀଙ୍କୁ ମୁକ୍ତ କରିଥିଲେ ।