କନକ ବ୍ୟୁରୋ : କଟକ ଜିଲ୍ଲା ମାହାଙ୍ଗା ଥାନା ମଧୁପୁରଠାରେ ଏକ ଚଳନ୍ତା କାରରେ ନିଆଁ ଲାଗି ଯାଇଥିବା ସୂଚନା ରହିିଛି । ଗାଡ଼ିଟି ଦୋବନ୍ଧିଆରୁ ଜୟପୁର ଯାଉଥିବା ବେଳେ ମଧୁପୁରଠାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଗାଡ଼ିରେ ନିଆଁ ଲାଗିବା ପରେ ଗାଡ଼ିର ଡ୍ରାଇଭର୍ ଗାଡିରୁ ବାହାରି ପଡ଼ିଥିଲେ । ଧୀରେ ଧୀରେ ଗାଡ଼ିଟି ବେଶି ବେଶି ଜଳିବାକୁ ଲାଗିଥିଲା । ଡ୍ରାଇଭର୍ ଗାଡ଼ିରେ ପାଣି ପକାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ମଧ୍ୟ ସେଥିରେ ବିଫଳ ହୋଇଥିଲେ । ତେବେ, ଅଗ୍ନିକାଣ୍ଡ କିପରି ଘଟିଛି ସେ ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।
ଚଳନ୍ତା କାରରେ ଲାଗିଲା ନିଆଁ : ଡ୍ରାଇଭର୍ ସୁରକ୍ଷିତ, ନିଆଁ ଲାଗିବାର କାରଣ ଅସ୍ପଷ୍ଟ
/kanak/media/post_attachments/wp-content/uploads/2021/02/vlcsnap-2021-02-08-11h31m16s697.png)