କନକବ୍ୟୁରୋ: ଫିଟ ରହିବାକୁ କିଏ ନ ଚାହେଁ ଆଜିକାଲି ଦୁନିଆରେ ସମସ୍ତେ ଫିଟ ରହିବ ସହ ନିଜକୁ ସୁସ୍ଥ ରଖିବାକୁ ଚାହାନ୍ତି । ସେଥିପାଇଁ ସମସ୍ତେ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ସହ ଉପଯୁକ୍ତ ପରିମାଣର ବ୍ୟାୟମ ,ଶାରିରୀକ ପରିଶ୍ରମ ,ଯୋଗ ଚାଲିବା ଇତ୍ୟାଦି କାମ କରିଥାଆନ୍ତି । କିନ୍ତୁ ଆଜିକାଲିର ମୁଖ୍ୟ ସମସ୍ୟା ହୋଇଛି ମୋଟାପଣ । ମୋଟାପଣ ପାଇଁ ସମସ୍ତେ ଚିନ୍ତାରେ ଥାଆନ୍ତି । ଏହାସହ ଶରୀରରେ ମଧ୍ୟ ମେଟାପୋଲିଜିମ ବଢିଥାଏ ।
ଏହାର ମୁଖ୍ୟ କାରଣ ହେଉଛି ବାହାରର ଜଙ୍କ ଫୁଡ ଖାଇବା ସହ ଉପଯୁକ୍ତ ପରି୍ମାଣ ର ସନ୍ତୁଳିତ ଖାଦ୍ୟ ନଖାଇବା ଏହାଦ୍ୱାରା ବଢିଥାଏ ମୋଟାପଣ । ପିଲା ଠାରୁ ଆରମ୍ଭ କରି ବୁଢା ସମସ୍ତେ ଏହି ମୋଟାପଣର ଶିକାର ହୁଅନ୍ତି । ଯଦିଆପଣ ନିଜକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ କିଛି ଟିପ୍ସ ଆପଣାନ୍ତୁ । ପ୍ରଥମେ ଘରୋଇ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ,ଖାଇବାକୁ ଚୋବାଇ ଖାଆନ୍ତୁ । ଶୋଇବା ସମୟ ଠିକ କରନ୍ତୁ । ପାଣିର ପରିମାଣ ଠିକ ରଖନ୍ତୁ । ଡିଟକ୍ସିଫାଏ ପାଣି ପିଅନ୍ତୁ । ପନିପରିବା ଖାଇବା ସହ ସୁପ ମଧ୍ୟ ପିଅନ୍ତୁ । ଏହାଦ୍ୱାରା ଶରୀର ଫିଟ ରହିବା ସହ ଓଜନର ନିୟନ୍ତ୍ରଣ ରହିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/post_attachments/wp-content/uploads/2024/05/26-16.jpg)