ୟୁଟ୍ୟୁବରେ ମାଗଣାରେ ଦେଖିପାରିବେ ସିନେମା ! ଆସିବ ନୂଆ ଫିଚର୍

121

ଏବେ ୟୁଟ୍ୟୁବରେ ମାଗଣାରେ ଦେଖିପାରିବେ ସିନେମା । ଆଉ ଟଙ୍କା ଦେବାକୁ ପଡ଼ିବ ନାହିଁ । ୟୁଟ୍ୟୁବରେ ପୁରା ସିନେମା ଦେଖିବା ପାଇଁ ପୂର୍ବରୁ ଟଙ୍କା ଦେବାପାଇଁ ପଡ଼ୁଥିଲା । ୟୁଟ୍ୟୁବରେ ସିନେମା ଭଡ଼ାରେ କିମ୍ବା କିଣି କି ଦେଖିହେଉଥିଲା । ତେବେ କିଛି ସିନେମା ଆପଣ ମାଗଣାରେ ଦେଖିପାରୁଥିଲେ, ଯାହା ସାଧାରଣତଃ ପୁରୁଣା ହୋଇଯାଇଥାଏ ।

ତେବେ ୟୁଟ୍ୟୁବରେ ଏବେ କିଛି ପରିବର୍ତ୍ତନ ହେବାକୁ ଯାଉଛି । କମ୍ପାନୀ ଆଣୁଛି ନୂଆ ଫିଚର । ଯାହାଦ୍ୱାରା ୟୁଜର ୟୁଟ୍ୟୁବରେ ମାଗଣାରେ ସିନେମା ଦେଖିପାରିବେ । ରିପୋର୍ଟ ଅନୁସାରେ ଏପରି ଏକ ଫିଚର ଆସୁଛି ଯାହାକୁ ଟୁୱାଚ୍ କୁହାଯିବ । ଏହି ଫିଚର ଜରିଆରେ ୟୁଜର ୟୁଟ୍ୟୁବରେ ମାଗଣାରେ ସିନେମା ଦେଖିପାରିବେ । ତେବେ ମାଗଣା ସିନେମାରେ ବିଜ୍ଞାପନ ମଧ୍ୟ ଦିଆଯିବ । କିନ୍ତୁ ଗୁଗଲରେ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି ସିନେମାରେ କେତେ ବିଜ୍ଞାପନ ରହିବ ।

youtube
image courtesy-https://www.derbrutkasten.com

ତେବେ ମାଗଣା ସିନେମାରେ ହିଲିଉଡ଼ର ୧୦୦ଟି ଲୋକପ୍ରିୟ ସିନେମା ରହିଛି । ଆଗାମୀ ସମୟରେ ଆଉ ଅଧିକ ସିନେମା ଯୋଡ଼ାଯିବ । ତେବେ ଏହି ସିନେମା ଗୁଡ଼ିକ ମଧ୍ୟରେ ବଲିଉଡ଼ ସିନେମା ସାମିଲ ନାହିଁ । ଆଗାମୀ ସିନମାରେ ବଲିଉଡ଼ ସିନେମା ଗୁଡ଼ିକ ମଧ୍ୟ ମାଗଣାରେ ଦେଖିବା ପାଇଁ ମିଳିବ ବୋଲି ଆଶା କରାଯାଉଛି ।