ମୋଦି ଗସ୍ତ ପରେ ନୀରବ ରହିଲେ ମୁଖ୍ୟମନ୍ତ୍ରୀ ! ଜବାବ ଦେଲେ ସାଂସଦ ତଥାଗତ

40

କନକ ବ୍ୟୁରୋ : ଭୁବନେଶ୍ୱରରେ ବିଜେପିର ରାଷ୍ଟ୍ରିୟ କାର୍ଯ୍ୟକାରିଣୀକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବ ରହିଥିବା ବେଳେ ଜବାବ ରଖିଛନ୍ତି ବିଜେଡି ସାଂସଦ ତଥାଗତ ଶତପଥୀ । କହିଛନ୍ତି ଭାରତ ଏକ ସ୍ୱାଧୀନ ଦେଶ, ଏଠି ଯିଏ ଯାହା ଚାହିଁବ କହିପାରିବ ।

ମୋଦି ଆସିବା ବେଳେ ବିଜେପି ନିଜ ଲୋକଙ୍କୁ ନେଇ ରୋଡ ଶୋ କରିଥିବା ବେଳେ ଗଲା ବେଳେ ନୋ ଶୋ । ରାସ୍ତା କଡରେ ତ କେହି ନଥିଲେ ବିମାନବନ୍ଦରରେ ଦଳରେ ହାତ ଗଣତି କେତେ ଜଣ ନେତାଙ୍କୁ ଛାଡିଦେଲେ ଆଉ କେହି ନଥିଲେ । ତଥାଗତଙ୍କ ପ୍ରତିକ୍ରିୟାରେ ସେ ଗୁଜୁରାଟ କଥା ମଧ୍ୟ କହିଛନ୍ତି ।

ଗୁଜୁରାଟରେ ମଧ୍ୟ ବହୁତ ଗରିବ ରହିଛନ୍ତି, ସେଠାରେ ମଧ୍ୟ ପାଣି ମିଳୁନି ବୋଲି କହିଛନ୍ତି ବିଜେଡି ସାଂସଦ । ଗୁଜୁରାଟ ପଂଚାୟତ ନିର୍ବାଚନ ଫଳାଫଳ ପ୍ରମାଣ କରୁଛି ବିଜେପି ସେଠାରେ ଶାସନକୁ ଆସିନପାରେ । ଏଠି ମଧ୍ୟ ବିଜେପି ଶାସନକୁ ଆସିବ ନାହିଁ ବୋଲି ତଥାଗତ କହିଛନ୍ତି । ସେ କହିଛନ୍ତି ବିଜେପି ମହାନଦୀ ପଣି ସୁଖେଇଛି ତେଣୁ ଓଡିଶାରେ ପଦ୍ମ ଫୁଟିବ ନାହିଁ ।