କନକ ବ୍ୟୁରୋ : ରାଜ୍ୟକୁ ଏବେ ବହୁଛି ଉତ୍ତର ଦିଗରୁ ପବନ । ଯାହାଫଳରେ ରାଜ୍ୟରେ ଗତ ଦୁଇଦିନ ହେଲା ଶୀତ ଲହରୀ ଲାଗି ରହିଛି । ପାଗ ଶୁଖିଲା ରହୁଥିବାରୁ ଶୀତ ଲହରୀ ପାଇଁ ବେଶ ଅନୁକୁଳ ପାଗ ସୃଷ୍ଟି ହେଉଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୫ ଦିନ ଯାଏଁ ଏଭଳି ଶୀତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ସବୁଠାରୁ ଅଧିକ ଥଣ୍ଡା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ବଢୁଛି ଶୀତ । ଫୁଲବାଣୀ ଆଜି ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଦାରିଙ୍ଗବାଡି ତାପମାତ୍ରା ରହିଛି ୪.୮ । ଉତ୍ତର ଦିଗରୁ ପବନ ବୋହୁଥିବା ଯୋଗୁଁ ଥଣ୍ଡା ବଢିବାରେ ଲାଗିଛି । ଆହୁରି ଦୁଇ ସପ୍ତାହ ପର୍ଯ୍ୟନ୍ତ ଥଣ୍ଡା ଲାଗିରହିବ ବୋଲି ପାଣପାଗ ବିଭାଗ ପୂର୍ବାନୁମାନ କରିଛି । ଏହାସହ କନ୍ଧମାଳରେ ଘନ କୁହୁଡି ଯୋଗୁଁ ଅତ୍ୟଧିକ ଥଣ୍ଡା ଅନୁଭୁତ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-19-10h09m47s385.png)