ବଦଳିବ ଓଡ଼ିଶା ବିଧାନସଭାର ନକ୍ସା : ବିଧାନସଭାରେ ଆରମ୍ଭ ହେବ ୱାଇଫାଇ ସେବା

498

କନକ ବ୍ୟୁରୋ: ବଦଳିବ ବିଧାନସଭାର ନକ୍ସା । ବିଧାନସଭାରେ ଆରମ୍ଭ ହେବ ମାଗଣା ୱାଇଫାଇ ସେବା । ବିଧାନସଭା ପରିସରକୁ ୱାଇଫାଇ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ବିଭିନ୍ନ ବିଭାଗର ସଚିବଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ନେଇ ଆଜି ଏକ ବୈଠକ ଡାକିଥିଲେ ରାଜ୍ୟ ସରକାର । ଓଡ଼ିଶା ବିଧାନସଭାକୁ ଭାରତର ମଡ଼େଲ୍ ବିଧାନସଭା କରିବାକୁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ଏହାସହ ଓଡ଼ିଶା ବିଧାନସଭାକୁ ପେପରଲେସ୍ ବିଧାନସଭା କରିବା ପାଇଁ ଅଣ୍ଟା ଭିନିଛନ୍ତି ରାଜ୍ୟ ସରକାର ।

ତେବେ ଏଥିପାଇଁ ଏକ ବିଲ୍ଡିଂ କମିଟି ଗଠନ କରାଯାଇଛି । ଅର୍ଥ ବିଭାଗର ଅନୁମତି କ୍ରମେ ଏହି ଅଧିକାରୀମାନେ ଭାରତର ବିଭିନ୍ନ ରାଜ୍ୟ ଗସ୍ତ କରି ତଥା ବିଧାନସଭା ଦେଖି ଦେଖିବେ । ଆଉ ତା’ପରେ ରାଜ୍ୟର ବିଧାନସଭାର ରୂପରେଖ କ’ଣ ହେବ, ତାହା ଉପରେ ବିସ୍ତୃତ ଆଲୋଚନା କରି କାର୍ଯ୍ୟକାରୀ କରାଯିବ । ଫଳର ଓଡିଶାର ବିଧାନସଭା ସମଗ୍ର ଭାରତବର୍ଷର ସବୁଠୁ ମଡ଼େଲ ବିଧାନସଭା ହୋଇପାରିବ ବାଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।