ରାଉରକେଲା ରଣଭୂମି ପାଇଁ କାହାକୁ ବାଛିବେ ଭୋଟର୍ : ବିଧାୟକ ରେସରେ ସାରଦା, ନିହାର ଓ ବୀରେନ୍

171

କନକ ବ୍ୟୁରୋ : ରାଉରକେଲା, କୁଲୁଙ୍ଗା ଏବଂ ବିଶ୍ରା ବ୍ଳକ୍ର ୨ଟି ଗ୍ରାମପଂଚାୟତକୁ ନେଇ ନିର୍ବାଚନମଣ୍ଡଳୀ ଗଠିତ । ୧୯୬୭ରେ ଗଠନ ହୋଇଥିଲା ରାଉରକେଲା ନିର୍ବାଚନମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ସୁନ୍ଦରଗଡ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ ।  ଦିଲ୍ଲୀପ ରାୟ ଜନତା ଦଳରୁ ୨ଥର ଏବଂ ବିଜେପିରୁ ଥରେ ବିଧାୟକ ନିର୍ବାଚିତ ହୋଇଛନ୍ତି । ଅନ୍ୟପଟେ  ବିଜେଡିରୁ ସାରଦା ପ୍ରସାଦ ନାୟକ ୨ଥର ବିଧାୟକ ହୋଇଛନ୍ତି ।

୨୦୧୯ର ଲଢେଇ

ବିଜେଡି: ସାରଦା ପ୍ରସାଦ ନାୟକ

କଂଗ୍ରେସ: ବିରେନ୍ ସେନାପତି

ବିଜେପି: ନିହାର ରାୟ

ବିଜେଡି: ସାରଦା ପ୍ରସାଦ ନାୟକ

– ୨ଥର ବିଧାୟକ ( ୨୦୦୪ ଏବଂ ୨୦୦୯ )

– ୨୦୧୪ରେ ପରାଜିତ

– ୨ଥର ମନ୍ତ୍ରୀ

– ରାଉରକେଲା ଉନ୍ନୟନ କର୍ତୃପକ୍ଷ ଅଧ୍ୟକ୍ଷ

କଂଗ୍ରେସ: ବିରେନ୍ ସେନାପତି

– ଜିଲ୍ଲା କଂଗ୍ରେସ ସଭାପତି

– ପୂର୍ବତନ କାଉନସିଲର

– ବସ୍ତି ସୁରକ୍ଷା ମଂଚ ସଭାପତି

– ପ୍ରଥମଥର ବିଧାନସଭା ପ୍ରାର୍ଥୀ

ବିଜେପି: ନିହାର ରାୟ 

– ପୂର୍ବତନ ନଗରପାଳ

– ପୂର୍ବରୁ ଲଢି ପରାଜିତ

– ବିଧାୟକ ଦିଲ୍ଲୀପ ରାୟଙ୍କ ଅନୁଗତ

ମୁହାଁମୁହିଁ ପ୍ରାର୍ଥୀ

– ଦୁଇ ଦୁଇ ଥର ବିଧାୟକ ତଥା ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କୁ ୨୦୧୯ ପାଇଁ ବିଜେଡି ପୁଣି  ପ୍ରାର୍ଥୀ କରିଛି

– ଜିଲ୍ଲା କଂଗ୍ରେସ ସଭାପତି ବିରେନ୍ ସେନାପତିଙ୍କୁ ପ୍ରଥମ ଥର ପାଇଁ ବିଧାନସଭା ପ୍ରାର୍ଥୀ କରିଛି ବିଜେପି

– ବିଜେପି ପ୍ରାର୍ଥୀ ନିହାର ରାୟ ରାଉରକେଲାର ପୂର୍ବତନ ନଗରପାଳ ଏବଂ ପୂର୍ବରୁ ଥରେ  ନିର୍ବାଚନ ଲଢି ହାରିଛନ୍ତି

୨୦୧୪ର ଲଢେଇ

– ମୈଦାନରେ ଥିଲେ ମୋଟ ୧୨ ପ୍ରାର୍ଥୀ

– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୮୫ ହଜାର ୪୬୧

– ମତ ଦେଇଥିଲେ – ୧ ଲକ୍ଷ ୨୩ ହଜାର ୩୨୦

– ଭୋଟଦାନ ହାର – ୬୬.୪୯%

୨୦୧୪ର ଫଳାଫଳ

ପ୍ରାର୍ଥୀ                                 ଦଳ              ଭୋଟ          ପ୍ରତିଶତ              ଫଳାଫଳ

ସାରଦା ପ୍ରସାଦ ନାୟକ                ବିଜେଡି       ୪୮,୭୨୪      ୩୯.୫୧%      ପରାସ୍ତ

ପ୍ରଭାତ ମହାପାତ୍ର                      କଂଗ୍ରେସ     ୧୦,୩୯୭      ୦୮.୪୩%       ପରାସ୍ତ

ଦିଲୀପ କୁମାର ରାୟ                  ବିଜେପି      ୫୯,୬୫୩      ୪୮.୩୭%       ବିଜୟୀ

କିଏ ମାରିଥିଲା ବାଜି?

– ବିଜେପିର ଦିଲୀପ କୁମାର ରାୟ ନିର୍ବାଚନ ଜିତିଥିଲେ

– ୫୯  ହଜାର ୬୫୩ ଖଣ୍ଡ ଭୋଟ ପାଇଥିଲେ ବିଜେପିି ପ୍ରାର୍ଥୀ

– ବିଜେଡ଼ି ପ୍ରାର୍ଥୀ ସାରଦା ପ୍ରସାଦ ନାୟକଙ୍କୁ ପରାସ୍ତ କରିଥିଲେ

– ୧୦ ହଜାର ୯୨୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ

– ୯ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ