ହ୍ୱାଟସଆପର ନୂଆ ଫିଚର ! ଆପ ନଖୋଲି ମଧ୍ୟ ବନ୍ଧୁ ପରିଜନଙ୍କ ସହ କରିପାରିବେ ମେସେଜ୍

29

ହ୍ୱାଟସଆପ ନଖୋଲି ମଧ୍ୟ ଆପଣ ବନ୍ଧୁ ତଥା ପରିବାରବର୍ଗଙ୍କୁ ମେସେଜ ପଠାଇ ପାରିବେ । ଏକଥା ଶୁଣି ଆପଣଙ୍କ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ । ତେବେ ଏକଥା ସତ । ହ୍ୱାଟସଆପର ଏକ ନୂଆ ଫିଚର ଯୋଗୁଁ ଏପରି ସମ୍ଭବ । ୧.୫ ଆରବ ରୁ ଅଧିକ ୟୁଜର ଥିବା ମେସେଜିଙ୍ଗ୍ ଆପ୍ ହ୍ୱାଟସଆପ ଲଗାତାର ନୂଆ ନୂଆ ଫିଚର ଉପସ୍ଥାପନ କରୁଛି । ଆଉ ଏହି ଫିଚର ଆଣ୍ଡ୍ରଏଡ଼ର ୨.୧୮.୧୩୮ରେ ଦିଆଯାଇଛି । ସୂଚନା ଅନୁସାରେ ହ୍ୱାଟସଆପରେ wa.me ନାମକ ଏକ ଡୋମେନ୍ ରେଜିଷ୍ଟର କରିଛି, ଯାହାର ସର୍ଟ ଲିଙ୍କ୍ ଅଟେ । ଏହାକୁ ହ୍ୱାଟସଆପ ଚାର୍ଟ ଖୋଲିବା ପାଇଁ ବ୍ୟବହାର କରାଯାଇ ପାରିବ ।

ଏହି ନୂଆ ଫିଚରକୁ କିପରି କରିବେ ବ୍ୟବହାର ?

ଏହି ଫିଚରର ଲାଭ ଉଠାଇବା ପାଇଁ https://wa.me /ଫୋନ ନମ୍ବର ଲେଖିବା ପାଇଁ ପଡ଼ିବ , ଯାହାକୁ ଆପଣ ମେସେଜ ପଠାଇବା ପାଇଁ ଚାହାନ୍ତି । ଏହି ଲିଙ୍କକୁ ଯିବା ପରେ ହିଁ ଆପଣଙ୍କ ପାଖକୁ ଉକ୍ତ ୟୁଜରଙ୍କ ସହ ଚାର୍ଟ ୱିଣ୍ଡୋ ଖୋଲିଯିବ । ଆଉ ସେଠାରୁ ଆପଣ ଚାର୍ଟିଂ କରିପାରିବେ । ୟୁଆରଏଲ ଆଗରେ ଭୁଲ ନମ୍ବର ଲେଖିବା ପରେ ଆପଣଙ୍କୁ ଇନଭାଲିଡ଼୍ ଏରର ଦେଖାଇବ । ସୂଚନାଯୋଗ୍ୟ ନିକଟରେ ହ୍ୱାଟସଆପରେ କିଛି ନୂଆ ଫିଚର ଯୋଡ଼ି ହୋଇଛି, ଯେଉଁଠି ଏକ ମୁଖ୍ୟ ଫିଚର ହେଲା ଷ୍ଟିକର ଫିଚର । ଏହା ବ୍ୟତୀତ ନିକଟରେ ଫେସବୁକରେ ଏଫ୮ ଡ଼େଭଲୋପର କନଫରେନ୍ସ ସମୟରେ ହ୍ୱାଟସଆପରେ ଗ୍ରୁପ ଭିଡ଼ିଓ କଲିଂର ମଧ୍ୟ ଘୋଷଣା କରିଛି କମ୍ପାନୀ ।