ବିଳମ୍ବ ଯାଏ ଶୋଇବା ଶରୀର ପାଇଁ କେତେ କ୍ଷତିକାରକ ଜାଣନ୍ତୁ ?

49

ଆପଣ କେବେ ଭାବିଛନ୍ତି କି ବିଳମ୍ବ ଯାଏଁ ଶୋଇବା ଶରୀର ପ୍ରତି କେତେ କ୍ଷତିକାରକ ହୋଇପାରେ । ଏନେଇ ଅନେକ ସର୍ବେକ୍ଷଣ ମଧ୍ୟ ହୋଇଛି । ବିଶେଷଜ୍ଞଙ୍କ ଅନୁସାରେ ଆଠ କିମ୍ବା ନଅ ଘଣ୍ଟାରୁ ଅଧିକ ସମୟ ଶୋଇବା ଉଚିତ ନୁହଁ । ଏଥିରୁୁ ଅଧିକ ଶୋଇବା ଦ୍ୱାରା ଅଳୁସୁଆ ଲାଗେ । ଆସନ୍ତୁ ଜାଣିବା ଅଧିକ ସମୟ ବା ବିଳମ୍ବ ଯାଏ ଶୋଇଲେ କ’ଣ କ୍ଷତି ହୋଇପାରେ ।

– ସିଡନୀ ୟୁନିଭର୍ସସିଟିରେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ ବିଳମ୍ବରେ ଉଠିଲେ ଆୟୁଷ କମିଯାଏ ।

– ୯ ଘଣ୍ଟାରୁ ଅଧିକ ଶୋଇଥିବା ବ୍ୟକ୍ତିଙ୍କୁ ହୃଦୟ ସମ୍ମନ୍ଧୀୟ ରୋଗ ହେବାର ସମ୍ଭାବନା ରହିଥାଏ । ଅଧିକ ଶୋଇଲେ ଟାଇପ ୨ ଢାଇବେଟିସର ସମ୍ଭାବନା ମଧ୍ୟ ଅଧିକ ବଢିଯାଏ । ଏହାସହ ମସ୍ତିସ୍କ ମଧ୍ୟ ଅସମୟରେ ବୁଢା ହେଇିଯାଏ ।

– ସର୍ବେକ୍ଷଣ ଅନୁସାରେ ଯେଉଁମାନେ ଦରକାର ଠାରୁ ଅଧିକ ଶୁଅନ୍ତି,ସେମାନେ ବହୁତ ଶୀଘ୍ର ବଷାଦର ଶିକାର ହୋଇଯାଆନ୍ତି ।

– ସବୁଠାରୁ ଗରୁତ୍ୱପୁର୍ଣ୍ଣ କଥା ହେଲା ବିଳମ୍ବ ଯାଏଁ ଶୋଇଲେ ଆଖି ତଳ କଳା ପଡିବାର ମଧ୍ୟ ସମ୍ଭାବନା ରହିଥାଏ ।