ଶ୍ରୀକ୍ଷେତ୍ରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ! ଆଜି ରହିଛି ଶ୍ରୀଜୀଉ ଦର୍ଶନ କାର୍ଯ୍ୟକ୍ରମ

23

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗତକାଲି ପୁରୀରେ ପହଂଚିବା ପରେ ସେଠାରେ ରାତ୍ରୀ ଯାପନ କରିଛନ୍ତି ମମତା । ଆଜି ଜଗନ୍ନାଥ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମମତା ବାନାର୍ଜୀ । ଭୁବନେଶ୍ୱରରେ ପହଁଚିବା ପରେ ମମତା ପ୍ରଥମେ ଦଳର ଅସୁସ୍ଥ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ଆପୋଲା ହସପିଟାଲରେ ଭେଟିଛନ୍ତି ।

ଚିଟଫଣ୍ଡ କେଳେଙ୍କାରୀରେ ସମ୍ପୃକ୍ତି ନେଇ ଜେଲରେ ଅଛନ୍ତି ତୃଣମୂଳ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ଓ ତାପସ ପାଲ । ତେବେ ଅସୁସ୍ଥ ଥିବାରୁ ତାଂକୁ ଆପୋଲରେ ଭର୍ତି କରାଯାଇଛି । ସେପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମମତା କହିଛନ୍ତି ସୁଦୀପ ଅସୁସ୍ଥ ଥିବା ଖବର ପାଇ ତାଙ୍କୁ ଭେଟିବାକୁ ଓଡିଶା ଆସିଛନ୍ତି । ସୁଯୋଗ ମିଳିଲେ ନବୀନଙ୍କୁ ମଧ୍ୟ ଭେଟିବେ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି ।