ଜନ୍ମାଷ୍ଟମୀ ଉତ୍ସବ ପାଳନ ବେଳେ ଅଘଟଣ : ପଶ୍ଚିମବଙ୍ଗର ଉତ୍ତର ୨୪ପ୍ରଗଣାରେ ଭୁଷୁଡିଲା ମନ୍ଦିରର କାନ୍ଥ, ୪ ମୃତ ,୩୦ରୁ ଅଧିକ ଆହତ

417

କନକ ବ୍ୟୁରୋ : ପଶ୍ଚିମବଙ୍ଗର ଉତ୍ତର ୨୪ପ୍ରଗଣାରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ବେଳେ ଅଘଟଣ । ମନ୍ଦିରର କାନ୍ଥ ଭୁଷୁଡି ପଡିବା ଯୋଗୁଁ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୩୦ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଏସଏସକେଏମ ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା ସେବା ଯୋଗଇ ଦିଆଯାଉଛି । ଜନ୍ମାଷ୍ଟମି ଉତ୍ସବ ପାଳନ ପାଇଁ ମନ୍ଦିରରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଏହି ସମୟରେ କାନ୍ଥ ଭୁଷୁଡି ପଡିବା ଯୋଗୁଁ ଏହି ଅଘଟଣା ଘଟିଛି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହସ୍ପିଟାଲ ପରିଦର୍ଶନ କରି ଆହତଙ୍କୁ ଭେଟିଛନ୍ତି । ଏହାସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଟଙ୍କା ଓ ଗୁରୁତର ଆହତଙ୍କୁ ୧-୧ ଲକ୍ଷ ଓ ଆହତଙ୍କୁ ୫୦ହଜାର ଲେଖାଏଁ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି । ଏହାସହ ଆହତଙ୍କୁ ସବୁ ପ୍ରକାର ଚିକିତ୍ସା ବ୍ୟବସ୍ଥା ଯୋଗାଇଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।