୧୬ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ପାଗ ସ୍ଥିର ରହିବ : କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ହୋଇପାରେ ହାଲୁକା କୁହୁଡ଼ି

629

କନକ ବ୍ୟୁରୋ : ୧୬ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ପାଗ ସ୍ଥିର ରହିବ। ତାପମାତ୍ରା ଅଧିକ ଖସିବନି କି ବଢ଼ିବନି । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା କୁହୁଡ଼ି ହୋଇପାରେ । ନହେଲେ ସେଭଳି ବଡ଼ଧରଣର ପରିବର୍ତନ ହେବାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।  ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବା‌ଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା‌ ୧୦ ଡିଗ୍ରି ରେକର୍ଡ ହୋଇଛି । ଭୁବନେଶ୍ବରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୧ ଡିଗ୍ରି ଥିଲା ।

ସୂଚନାଯୋଗ୍ୟ ଓଡ଼ିଶାରୁ ଏବେ ଉଭାନ ହୋଇଯାଇଛି ଥଣ୍ଡା । ଦୁଇ ତିନି ଦିନ ଯୋଗୁଁ ଥଣ୍ଡା ଅନୁଭୂତ ହେଉଥିଲା । ଏବେ ପୁଣି ଥରେ ତାପମାତ୍ରା ବଢ଼ିଯାଇଛି । ରାତିରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ଅଧିକ ରହୁଥିବାରୁ ଆଉ ଥଣ୍ଡା ଅନୁଭୂତ ହେଉନି । ଦିନରେ ବି ସର୍ବୋଚ୍ଚ ତାପମାତ୍ରା ୧ରୁ ୩ ଡିଗ୍ରି ପର୍ୟ୍ୟନ୍ତ ଅଧିକ ରହୁଛି । ବଡ଼ଧରଣର ପରିବର୍ତନ ହେବନି ।