ଗୋଟିଏ ପଟେ କରୋନା ମାଡ଼, ଅନ୍ୟପଟେ ବଢ଼ୁଛି ତାତି : ଆସନ୍ତା ୩ ଦିନ ମଧ୍ୟରେ ୨ରୁ ୩ ଡିଗ୍ରି ବଢ଼ିବ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା
କନକ ବ୍ୟୁରୋ : ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସହରର ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବ। ଉପକୂଳ, ଉତ୍ତର ଓଡ଼ିଶା ଅପେକ୍ଷା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ରହିବ। ମାର୍ଚ୍ଚ ୩୧ ଯାଏ ଏଭଳି ସ୍ଥିତି ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ଆହୁରି କୁହାଯାଇଛି ଯେ, ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବା ପରେ ପରବର୍ତ୍ତୀ ସପ୍ତାହକ ପର୍ଯ୍ୟନ୍ତ ପ୍ରାୟତଃ ସ୍ଥିର ରହିବ। ସ୍ଥାନେ ସ୍ଥାନେ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ଡେଇଁ ଯିବାର ବି ସମ୍ଭାବନା ରହିଛି। ତେବେ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବନାହିଁ। ୩୦ ତାରିଖ ବେଳକୁ ଭୁବନେଶ୍ୱର ସମେତ ଟିଟିଲାଗଡ଼, ସୋନପୁର, ମାଲକାନଗିରି ପରି କେତେକ ଅଞ୍ଚଳରେ ଦିନର ତାପମାତ୍ରା ୪୦ ଡିଗ୍ରି ଟପିବ। ତେବେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ କୋହଲା ପାଗ ସାଙ୍ଗକୁ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହୋଇପାରେ। ଏହାପର ୨ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ। ୨୮ ଓ ୨୯ ତାରିଖ ବେଳକୁ ରାଜ୍ୟର ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।