ଭାରତରେ ଲଞ୍ଚ ହେଲା Vivo V9 ସ୍ମାର୍ଟଫୋନ୍ ! ଜାଣନ୍ତୁ ଏହାର ମୂଲ୍ୟ ଏବଂ କ’ଣ କ’ଣ ରହିଛି ଫିଚର୍ସ

37

ଭାରତରେ ଆଜି Vivo V9 ଲଞ୍ଚ କରାଯାଇଛି । ଭାରତରେ ଏହି ସ୍ମାର୍ଟଫୋନର ମୂଲ୍ୟ ୨୨,୯୯୦ ଟଙ୍କା ରଖାଯାଇଛି । ଗ୍ରାହକଙ୍କ ପାଇଁ ଏହି ସ୍ମାର୍ଟଫୋନ ପର୍ଲ ବ୍ଲାକ, ସ୍ୟାମ୍ପେନ ଗୋଲ୍ଡ ଏବଂ ସଫାୟର ବ୍ଲୁ ରଙ୍ଗରେ ଉପଲବ୍ଧ ହେବ । ଏହି ସ୍ମାର୍ଟଫୋନକୁ ମୁମ୍ବାଇରେ ଏକ ଇଭେଣ୍ଟ ସମୟରେ ଲଞ୍ଚ କରାଯାଇଛି । ଏହାର ପ୍ରି-ବୁକିଂ ମାର୍ଚ୍ଚ ୨୩ତାରିଖରୁ ଅର୍ଥାତ ଆଜି ଠାରୁ ଆରମ୍ଭ ହୋଇଯାଇଛି । ଏହି ସ୍ମାର୍ଟଫୋନର ବିକ୍ରି ଏପ୍ରିଲ ୨ତାରିଖରୁ ଆରମ୍ଭ କରାଯିବ ।Vivo V9 ର ବିଶେଷତ୍ୱ ହେଉଛି, ଏଥିରେ ୧୯:୯ ରେସିଓ ସହ HD+(୧୦୮୦ଞ୍ଚ୨୨୮୦ ପିକ୍ସଲ) ଇନ୍ ସେଲ IPS ଡିସପ୍ଲେ ଦିଆଯାଇଛି । Vivo V9 ରେ ୪ ଜିବି ରାମ୍ ସହ ଓକ୍ଟାକୋର କ୍ୱାଲକାଁମ୍ ସ୍ନେପଡ୍ରାଗନ ୬୨୬ ପ୍ରୋସେସର ଦିଆଯାଇଛି ।

କ୍ୟାମେରାର ରିୟର ପାର୍ଟରେ ଭର୍ଟିକାର୍ଲ ପୋଜିସନ ସହ ଡୁଆଲ କ୍ୟାମେରା ସେଟ୍ ଅପ୍ ରହିଛି । ଏଥିରେ ୧୬ ମେଗାପିକ୍ସେଲ ଏବଂ ୫ମେଗାପିକ୍ସେଲ ର ଦୁଇଟି କ୍ୟାମେରା ଦିଆଯାଇଛି । ଏହା ସହ ଏଥିରେ HDR ମୋଡ୍ ମଧ୍ୟ ଦିଆଯାଇଛି । ଫ୍ରଣ୍ଟ କ୍ୟାମେରାରେ ୨୪ ମେଗାପିକ୍ସଲ ର କ୍ୟାମେରା ରହିଛି । ଏହା ସହ ଏଥିରେ ବିଶେଷ କରି ସେଲଫି ପାଇଁ ପୋଟ୍ରେଟ ମୋଡ, HDR ଷ୍ଟିକର ଏବଂ ଫେସ୍ ବିୟୁଟି ଫିଚର୍ସ ମଧ୍ୟ ଦିଆଯାଇଛି ।

Vivo V9ଇଣ୍ଟରନାଲ ମେମୋରି 64GB ର ରହିଛି । ଏବଂ ଏହାକୁ କାର୍ଡ ମାଧ୍ୟମରେ ୨୫୬GB ପର୍ଯ୍ୟନ୍ତ ବଢାଯାଇପାରିବ । କନେକ୍ଟିଭିଟିରେ ଏଥିରେ FM, ୪4G LTE, ଡୁଆଲ ବ୍ୟାଣ୍ଡ TEwi-fi, Bluetooth v4.2, GPS/A-GPS ଏବଂ ଟଝଏ USG OTG ସହ ମାଇକ୍ରୋ-USB ସପୋର୍ଟ ମଧ୍ୟ ରହିଛି । ଏହାର ବ୍ୟାଟେରି ୩୨୬୦mah  ରହିଛି । ଏହାର ରିୟରରେ ଫିଙ୍ଗରପ୍ରିଣ୍ଟ ସେନସର ମଧ୍ୟ ରହିଛି । ଏହି ସ୍ମାର୍ଟଫୋନର ଓଜନ ୧୫୦ଗ୍ରାମ ରହିଛି ।

ଏହା ସହ ଏହି ସ୍ମାର୍ଟଫୋନରେ AR ଷ୍ଟିକର୍ସ, ଫେସ ଅନଲକ୍, ଏବଂ ଫେସ ବିୟୁଟି ମୋଡ ପ୍ରିଲୋଡେଡ ହେବ । ଏହି ସ୍ମାର୍ଟଫୋନରେ Karaoke ମୋଡ୍ ମଧ୍ୟ ଦିଆଯାଇଛି । ଏହା ସହ ଏଥିରେ ଗେମ୍ ଖେଳିବା ସମୟରେ ଇନକମିଙ୍ଗ କଲ୍ସ ଏବଂ ମେସେଜ ରୁ ଆସୁଥିବା ବ୍ୟାକଗ୍ରାଉଣ୍ଡ ସାଉଣ୍ଡକୁ ମଧ୍ୟ ରୋକିବ ।