ଫନୀ ତଦନ୍ତକାରୀ ଟିମକୁ ବିରୋଧ : ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ମିଳୁନଥିବା ଅଭିଯୋଗ କରିବା ସହ ନିରପେକ୍ଷ ତଦନ୍ତ ଦାବି

308

କନକ ବ୍ୟୁରୋ : ଫନୀ ତଦନ୍ତକାରୀ ଟିମକୁ ବିରୋଧ କଲେ ଗ୍ରାମବାସୀ । ତଦନ୍ତ କରିବାକୁ ଆସି ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ତଦନ୍ତକାରୀ ଟିମ୍ । ଫନି ସହାୟତାରେ ରାଶି ପ୍ରଦାନରେ ଅନିମିତତା ଅଭିଯୋଗ କରି ତଦନ୍ତକାରୀ ଟିମକୁ ଘେରିଲେ ଗ୍ରାମବାସୀ । କଟକ ସାଲେପୁର ବ୍ଲକ୍ କଟରପା ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା ।

ଫନି ବାତ୍ୟା ହିତାଧିକାରୀ ଚୟନରେ ଗଫଲତି କରାଯାଇଥିବା ଅଭିଯୋଗ ଅଭିଯୋଗ ପରେ ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆସିଥିଲେ ତଦନ୍ତକାରୀ ଟିମ୍ । ଗୋଟିଏ ପରିବାରର ଦୁଇ ଜଣଙ୍କୁ ଫନି ସହାୟତା ମିଳିଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଏବେ ଯାଏଁ ସହାୟତା ମିଳିପାରି ନାହିଁ ଅଭିଯୋଗ ହୋଇଥିଲା । ତେବେ ଏ ସମ୍ପର୍କରେ ତଦନ୍ତକାରୀ ଅଫିସରଙ୍କୁ ପଚାରିବାରୁ ସେମାନେ ପୋଲିସର ଧମକ ହେଉଥିଲେ । ଆଉ ଏଥିରେ ଉତ୍ୟକ୍ତ ହୋଇ ତଦନ୍ତକାରୀ ଟିମ ଆସିଥିବା ଗାଡ଼ିକୁ ଅଟକ ରଖିଥିଲେ ଗ୍ରାମବାସୀ ।

ଅନ୍ୟପଟେ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ସହାୟତା ତଥା ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ । ସେପଟେ ଆଗକୁ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ନମିଳିରେ ପଞ୍ଚାୟତ ଅପସିରେ ନିଆଁ ଜଳିବା ସହ ରାସ୍ତାରୋକ କରାଯିବ ବୋଲି ଧମକ ଦେଇଛନ୍ତି ଗ୍ରାମବାସୀ ।