ୟୁପି କଂଗ୍ରେସ ଅଧ୍ୟକ୍ଷ ପଦରୁରୁ ଇସ୍ତଫା ଦେଲେ ବରିଷ୍ଠ ଅଭିନେତା ରାଜ ବବର ! ଯୁବପୀଢ଼ିଙ୍କୁ ମିଳିବ ସୁଯୋଗ

32

କନକ ବ୍ୟୁରୋ : ମିଶନ ୨୦୧୯ ପାଇଁ ଅଣ୍ଟା ଭିଡୁଥିବା କଂଗ୍ରେସ ପାର୍ଟିର ଘଡିସନ୍ଧି ମୁହୂର୍ତ୍ତରେ ଉତ୍ତରପ୍ରଦେଶ କଂଗ୍ରେସଦଳର ଅଧ୍ୟକ୍ଷ ରାଜ୍ ବଛର ଇସ୍ତଫା ଦେବାର ଖବର ଆସିଛି । କଂଗ୍ରେସର ଏଭଳି ବଡ ଧରଣର ବଦଳ ଏକ ନୂତନ ଅଭିଯାନ ପ୍ରତି ଅଗ୍ରସର ହେବା ଭଳି ସୂଚନା ମିଳୁଛି । ବବରଙ୍କ ଇସ୍ତଫା ଏଯାଏଁ ସ୍ୱୀକାର କରାଯାଇ ନଥିବା ବେଳେ ଅନ୍ୟ କର୍ମକର୍ତ୍ତା ମାନେ ଏଭଳି ଏକ ସୂଚନାକୁ ବିଶ୍ୱାସ କରିପାରୁ ନାହାନ୍ତି ।

ସୂତ୍ର ଅନୁସାରେ କଂଗ୍ରେସର ନୂତନ ପ୍ରଦେଶ ଅଧ୍ୟକ୍ଷ ରୂପେ ଯୁବପିଢୀଙ୍କୁ ଦେଖିବାକୁ ମିଳିପାରେ । ବର୍ତ୍ତମାନ ଇସ୍ତଫା ସ୍ୱୀକାର ହେବା ପର୍ଯ୍ୟନ୍ତ ଏବଂ ନୂତନ ଅଧ୍ୟକ୍ଷ ଆସିବା ପର୍ଯ୍ୟନ୍ତ ରାଜ୍ ବବର ପ୍ରଦେଶର ନେତୃତ୍ୱ ଭାର ନେଉଥିବେ । ଏବେ ନୂତନ ଅଧ୍ୟକ୍ଷକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୂର୍ବ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦ, ପୂର୍ବ ସାଂସଦ ରାଜେଶ ମିଶ୍ର ଏବଂ ପୂର୍ବ ବିଧାୟକ ଲଲିତେଶପତି ତ୍ରିପାଠୀଙ୍କ ନାଁ ଆଗକୁ ଆସୁଛି ।

କଂଗ୍ରେସ ମହାଅଧିବେସନରେ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟରେ ପ୍ରେରିତ ହୋଇ ଗୋଆ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସାନ୍ତାରାମ ନାଇକ ମଧ୍ୟ ଇସ୍ତଫା ଦେଇଥିଲେ । ଖବର ଅନୁସାରେ ଯଦି ଯୁବଗୋଷ୍ଠୀଙ୍କ ନେତୃତ୍ୱ ନେବା କଥା ସତ ପ୍ରମାଣିତ ହୁଏ ତେବେ ଦଳରୁ ବରିଷ୍ଠ ନେତାଙ୍କ ଅନୁପସ୍ଥିତି ସଂଖ୍ୟା ମଧ୍ୟ ବଢିଯିବ ।