କନକ ବ୍ୟୁରୋ : ଆମେରିକା ଉତ୍ତର କୋରିଆ ବିରୋଧରେ ଯୁଦ୍ଧ ଘୋଷଣା କରିସାରିଛି ଏବଂ ଏଥିପାଇଁ ଆମେରିକା ହିଁ ପସ୍ତାଇବ ବୋଲି ଉତ୍ତର କୋରିଆ ବିଦେଶ ମନ୍ତ୍ରୀ ରି ୟୋଙ୍ଗ୍ କହିଛନ୍ତି । ଜାତସଂଘ
କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱଦେଶ ଫେରିବା ପରେ ୟୋଙ୍ଗ କହିଛନ୍ତି ଯେ ଆମେରିକା ହିଁ ପ୍ରଥମେ ଯୁଦ୍ଧ ଘୋଷଣା କରିଛି ଏବଂ ଏହାର ଜବାବ ଦେବାକୁ ଉତ୍ତର କୋରିଆ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି ।
ଆମେରିକାର ସବୁ ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ଆମର କ୍ଷେପଣାସ୍ତ୍ର ପହଞ୍ଚିବାକୁ ସକ୍ଷମ ବୋଲି ୟୋଙ୍ଗ କହିଛନ୍ତି । ଯୁଦ୍ଧ ଘୋଷଣା କରିଥିବା ଟ୍ରମ୍ପ୍ ଉଚିତ ଶିକ୍ଷା ପାଇବେ ଏବଂ ଉତ୍ତର କୋରିଆ ସମସ୍ତ ଶକ୍ତି ଖଟାଇ ଆମେରିକାରେ ପ୍ରଳୟ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ଉତ୍ତର କୋରିଆ ର ସାମରିକ ପ୍ରବକ୍କ୍ତା କହିଛନ୍ତି ଯେ ଆମେରିକା ଯୁଦ୍ଧ ଗୋଷଣା କରିସାରିଥିବାରୁ ଉତ୍ତରକୋରିଆ ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି କ୍ଷେପଣାସ୍ତ୍ର ପ୍ରୟୋଗ ସମେତ ଯେ କୌଣସି ପଦକ୍ଷେପ ନେଇପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/north.jpg)