ଉତ୍ତରପ୍ରଦେଶ : ଏଟାରେ ଏକ ମିନି ଟ୍ରକ ଦୁର୍ଘଟଣାରେ ୧୪ ଜଣ ମୃତ

18

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଏଟାରେ ଏକ ମିନି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକଟି ଓଲଟି ପଡିବାରୁ ଘଟଣାସ୍ଥଳରେ ୧୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଭାରସାମ୍ୟ ହରାଇ ଟ୍ରକଟି ରାସ୍ତା କଡ ଦେଇ ଯାଇଥିବା ଏକ କେନାଲ ଭିତରକୁ ଓଲଟି ପଡିଥିଲା । ଆଜି ଭୋର ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।