ପକ୍ଷାଘାତରେ ପୀଡ଼ିତ ଥାଇ ହାରମାନି ନାହାନ୍ତି ଶିକ୍ଷୟତ୍ରୀ ଉମା ଶର୍ମା ! ୧୦ବର୍ଷ ଧରି ବିଛଣାରେ ପଡ଼ିରହି କରୁଛନ୍ତି ଶିକ୍ଷାଦାନ

52

ଶିକ୍ଷା ମାନବ ସମାଜ ତଥା ଦେଶର ବିକାଶର ପ୍ରଥମ ସୋପନା ଓ ମୂଳଦୁଆ । ଆଉ ଏସବୁରେ ପାଇଁ ସବୁଠାରୁ ଗରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ଶିକ୍ଷକ । ଶିକ୍ଷକ ଯଦି ଉଚ୍ଚ ଶିକ୍ଷିତ, ଜ୍ଞାନୀ ତଥା ପରିଶ୍ରମୀ ହୋଇଥିବେ, ତେବେ ଯାଇ ବିଦ୍ୟାର୍ଥୀଙ୍କୁ ପରିମାର୍ଜିତ କରି ଶିକ୍ଷିତ କରିପାରିବେ । ଅର୍ଥ ଶିକ୍ଷକତା କରୁଥିବା ବ୍ୟକ୍ତି ଉଚ୍ଚ ଜ୍ଞାନ ସମ୍ମନ୍ନ ହେବା ସହ ଶିକ୍ଷକତା ପ୍ରତି ଉତ୍ସର୍ଗୀକୃତ ହେବା ଆବଶ୍ୟକ । ବର୍ତ୍ତମାନ କିନ୍ତୁ ଏପରି ଶିକ୍ଷକ ଖୁବ୍ କମ୍ ଦେଖିବା ପାଇଁ ମିଳେ । ତେବେ ଏପରି ଜଣେ ଶିକ୍ଷକ ଅଛନ୍ତି, ଯିଏ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ସବୁ କିଛି ତ୍ୟାଗ କରିବା ପାଇଁ ପ୍ରସ୍ତୁତ ।

ଉତ୍ତରପ୍ରଦେଶର ଶହାରନପୁରର ଏକ ବେସରକାରୀ ସ୍କୁଲର ପ୍ରିନସିପାଲ ବିଗତ ୧୦ ବର୍ଷ ଧରି ବିଛଣାରେ ପଡ଼ି ପଡ଼ି ଶିକ୍ଷାଦାନ କରୁଛନ୍ତି । ତାଙ୍କ ଦୃଢ଼ ମନୋବଳକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ବିଛଣାରେ ପଡ଼ି ପଡ଼ି ଟାବଲେଟ୍ ସାହାଯ୍ୟରେ ସେ ଶିକ୍ଷାଦାନ କରୁଛନ୍ତି । ଛାତ୍ରଛାତ୍ରୀଙ୍କ ବ୍ୟତୀତ ସେ ବେଳେବଳେ ଶିକ୍ଷକଙ୍କୁ ମଧ୍ୟ ଗାଇଡ଼୍ କରନ୍ତି । ତାଙ୍କ ଶରୀରର ତଳ ଭାଗ ପକ୍ଷାଘାତ ରୋଗ ଯୋଗୁଁ ଅଚଳ ହୋଇପଡ଼ିଛି । କିନ୍ତୁ ସେ ନିଜର ଦୁର୍ବଳତା ପାଇଁ ହାରି ଯାଇନାହାନ୍ତି । ରୋଗକୁ ଦୁର୍ବଳତା ନଭାବି ବିଗତ ୧୦ ବର୍ଷ ଧରି ସେ ଲଗାତାର ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି ।

୬୪ ବର୍ଷୀୟ ଉମା ଶର୍ମା ୧୯୮୯ରେ ନ୍ୟାସନାଲ ପବ୍ଲିକ ସ୍କୁଲରେ ପ୍ରିନସିପାଲ ରୂପେ ନିଯୁକ୍ତି ପାଇଥିଲେ । ଆଉ ସେବେଠାରୁ ସେ ନିରନ୍ତର ଶିକ୍ଷାଦାନ କରୁଛନ୍ତି । ୨୦୦୭ରୁ ସେ ପକ୍ଷାଘାତ ରୋଗରେ ପୀଡ଼ିତ । ପକ୍ଷାଘାତ ଯୋଗୁଁ ତାଙ୍କର ତଳ ଭାଗ ଅଚଳ ହୋଇଯାଇଥିଲା । କିନ୍ତୁ ଉପରି ଭାଗ ଠିକ ଥିବାରୁ ପାଠ ପଢ଼ାଇବା ପାଇଁ କୌଣସି ଅସୁବିଧା ହେଉନାହିଁ । ଉମା ଶର୍ମା କହିଛନ୍ତି ୧୯୯୨ରେ ତାଙ୍କର ସ୍ୱାମୀଙ୍କ ମୃତ୍ୟୁ ପରେ ଏକ ମାତ୍ର ପୁଆ ହିଁ ତାଙ୍କର ସାହାରା ଥିଲା । କିନ୍ତୁ ୨୦୦୨ରେ ମଧ୍ୟ ପୁଅର ମୃତ୍ୟୁ ହୋଇଗଲା । ତା’ପରେ ତାଙ୍କର ୩ ଝିଅଙ୍କ ମଧ୍ୟରୁ ଜଣେ ଶ୍ୱଶରୁ ଘରେ ମୃତ୍ୟୁବରଣ କରିଥିଲେ । ଆଉ ୨୦୦୭ରେ ସେ ପକ୍ଷାଘାତ ରୋଗରେ ଶିକାର ହେଲେ । ଗୋଟିଏ ପରେ ଗୋଟିଏ ଦୁଃଖର ପାହାଡ଼ ମୁଣ୍ଡରେ ପଡ଼ିଥିଲା । ଜୀବନରେ ଏତେ କଷ୍ଟ ପାଇଥିଲେ ମଧ୍ୟ ସେ ତାଙ୍କର କର୍ତ୍ତବ୍ୟକୁ ଭୁଲିନଥିଲେ ।

ଉମା ଶର୍ମା ଥିଲେ ଜଣେ ଆଦର୍ଶ ଶିକ୍ଷକ । ଏବଂ ସମସ୍ତେଙ୍କ ଭାରି ପ୍ରିୟ । ତେବେ ସେ ପକ୍ଷାଘାତ ରୋଗରେ ପୀଡ଼ିତ ହେବାପରେ ସମସ୍ୟା ହେଲା ସ୍କୁଉ ସମ୍ଭାଳିବ କିଏ । ଆଉ ତାଙ୍କ ପରି ଜଣେ ଶିକ୍ଷକକୁ ହରାଇବା ପାଇଁ ଚାହୁଁନଥିଲା ସ୍କୁଲ୍ । ଉମାଙ୍କ କର୍ତ୍ତ୍ୟନିଷ୍ଠାକୁ ଧ୍ୟାନରେ ରଖି ସ୍କୁଲ ସଂସ୍ଥାପକ ତାଙ୍କୁ ସାହାଯ୍ୟ କରିଥିଲେ । ଏଥିପାଇଁ ଦୁଇଟି କମ୍ପ୍ୟୁଟର କିଣି ଗୋଟିଏ ସ୍କଲରେ ଆଉ ଗୋଟିଏ ଉମଙ୍କେ ଘରେ ରଖାଗଲା ଯଦ୍ୱାରା ନେଟୱ୍ୱର୍କିଂ ଜରିଆରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଉମା ସ୍କୁଲର ଧ୍ୟାନ ରଖିପାରିବେ । ଏବଂ ଛାତ୍ରଛାତ୍ରୀଙ୍କ ଉପରେ ମଧ୍ୟ ନଜର ରଖିପାରିବେ । ଏହାବ୍ୟତୀତ ଉମା ଶର୍ମା ଅନ୍ୟ ସହକାରୀ ଶିକ୍ଷଙ୍କ ଠାରୁ ସ୍କୁଲ ବିଷୟରେ ସମସ୍ତ ସୂଚନା ରଖୁଥିଲେ । ଆଉ ପାଠରେ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ଘରକୁ ଡ଼ାକି ପାଠ ପଢ଼ାଉଥିଲେ । ଏପରି ଜଣେ ଶିକ୍ଷକ ବର୍ତ୍ତମାନ ସମୟରେ ଦେଖିବା ଖୁବ୍ ବିରଳ । ତାଙ୍କ କର୍ତ୍ତବ୍ୟନିଷ୍ଠାକ ପାଇଁ ଯେ କେହି ତାଙ୍କୁ ପ୍ରଶଂସା କରିବେ ।