କନକ ବ୍ୟୁରୋ : ଆଫଗାନିସ୍ତାନରେ ଆମେରିକା ବୋମା ମାଡ । ଆତଙ୍କବାଦୀ ସଂଗଠନ ଆଇଏସଆଇଏସର କ୍ୟାମ୍ପକୁ ଧ୍ୱଂସ କରିବା ଲକ୍ଷ୍ୟରେ ବୋମା ମାଡ କରିଛି ଆମେରିକା । ନାଙ୍ଗ୍ରାହାର ପ୍ରୋଭିନ୍ସ ଆଟିନ ଜିଲ୍ଲାରେ ବୋମା ମାଡ କରିଛି ଆମେରିକା । ଆମେରିକା ଯେଉଁ ବୋମା ମାଡ କରିଛି ତାହାର ଓଜନ ୧୦ ହଜାର କିଲୋଗ୍ରାମ ବୋଲି ଜଣାପଡିଛି । ଆମେରିକା ପକ୍ଷରୁ ପ୍ରଥମ ଥର ପାଇଁ ଏହି ସର୍ବବୃହତ ଜିବିୟୁ-୪୩ ଅଣ ଆଣବିକ ବୋମା ମାଡ କରାଯାଇଛି ।
ଏମସି-୧୩୦ ଏୟାରକ୍ରାଫ୍ଟରୁ ଏହି ବୋମା ମାଡ କରିଛି ଆମେରିକା । ଏହି ବୋମାକୁ ମଦର ଅଫ୍ ଅଲ ବମ୍ କୁହାଯାଏ । ୨୦୦୩ ମସିହାରେ ଏହି ବୋମାକୁ ପରୀକ୍ଷା କରିଥିଲା ଆମେରିକା । ଆତଙ୍କବାଦୀ ସଂଗଠନ ଆଇଏସଆଇଏସକୁ ଧ୍ୱଂସ କରିବା ପାଇଁ ଟ୍ରମ୍ପ ପ୍ରଶାସନ ନେଇଛି ଏହିି ବଡ ପଦକ୍ଷେପ । ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ ବୋଲି ଟ୍ରମ୍ପ ପ୍ରଶାସନ ପକ୍ଷରୁ କୁହାଯାଇଛି ।