ଟ୍ୱିଟର ଆଣିଲା ନୂଆ ଫିଚର ! ୟୁଜର ସେଭ୍ କରିପାରିବେ ଟ୍ୱିଟ୍

33

ଫେସବୁକ ପରି ଟ୍ୱିଟର ମଧ୍ୟ ଏବେ ଗ୍ରାହକଙ୍କୁ ନୂତନ ଅନୁଭବ ଦେବା ପାଇଁ ନୂଆ ନୂଆ ଫିଚର ଉପସ୍ଥାପନ କରୁଛି । ୨୮୦ କ୍ୟାରେକ୍ଟରରେ ଟ୍ୱିଟର ଫିଚର ଦେବା ପରେ କମ୍ପାନୀ ଏବେ ବୁକମାର୍କ ଫିଚର ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ବୁକମାର୍କ ଫିଚର ଆଣିବା ପରେ ୟୁଜର ଯେ କୌଣସି ଟ୍ୱିଟକୁ ସେଭ କରିପାରିବେ ।

twitter-hashtagଟ୍ୱିଟରର ଏହି ଫିଚରର ନାମ ହେଲା ‘ସେଭ ଫର ଲାଟର’ । ତେବେ ଏହି ନୂଆ ଫିଚର ବିଷୟରେ ସୂଚନା ଦେଇଛନ୍ତି ଟ୍ୱିଟରର ପ୍ରଡ଼କ୍ଟ ମ୍ୟାନେଜର ଜେସାର ଶାହ । ଶାହା ନିଜେ ଟ୍ୱିଟ କରି କହିଛନ୍ତି ଏବେ ୟୁଜର ଟ୍ୱଟକୁ ସେଭ କରିବା ପାଇଁ ଡାଇରେକ୍ଟ ମେସେଜ , ରିଟ୍ୱିଟ୍ କିମ୍ବା ଲାଇକ ବଟନର ସାହାଯ୍ୟ ନିଅନ୍ତି ।

ରିିପୋର୍ଟ ଅନୁସାରେ ଟ୍ୱିଟର ଡାଇରେକ୍ଟ ବଟନକୁ ହଟାଇ ଏହାର ପ୍ରତିବଦଳରେ ନୂଆ ବଟନ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ନୂଆ ବଟନ ରେ ହିଁ ମେସଜ ଓ ବୁକମାର୍କର ଅପ୍ସନ ମିଳିବ । ଆଡ଼୍ ବୁକମାର୍କ ପରେ ଭିଉ ବୁକମାର୍କ ନାମକ ଏକ ସଟକର୍ଟ ବଟନ ଦେଖାଯିବ । ତେବେ ଏହି ନୂଆ ଫିଚରର ପରୀକ୍ଷା ନିରୀକ୍ଷା କରୁଛି କମ୍ପାନୀ ।