ବଦଳିଲା ଟ୍ରାଫିକ୍ ପୋଲିସର ତରିକା, ଜୋରିମାନା ବଦଳରେ ସଚେତନତା : ନିଆଯାଉଛି ୫୦୦ ଟଙ୍କାର ଫାଇନ, ଦିଆଯାଉଛି ହେଲମେଟ

2,825
କନକ ବ୍ୟୁରୋ : ବଦଳିଲା ଟ୍ରାଫିକ ପୁଲିସର ତରିକା । ଜୋରିମାନା ବଦଳରେ ନୂଆ ଟ୍ରାଫିକ ନିୟମ ନେଇ ଲୋକଙ୍କୁ ସଚେତନ କରାଯାଉଛି । ହେଲମେଟ ପିନ୍ଧିନଥିବା ଲୋକଙ୍କ ଠାରୁ ୫୦୦ ଟଙ୍କାର ଫାଇନ୍ ନିଆଯାଇ, ତାଙ୍କୁ ହେଲମେଟ୍ ଦିଆଯାଉଛି । ମୋଟା ଅଙ୍କର ଜରିମାନା ଆଦାୟକୁ ନେଇ ରାଜମହଲରେ ଛକରେ ପୁଲିସ -ପବ୍ଲିକ ଧସ୍ତାଧସ୍ତି ପରେ ଏବେ ଏହି ନୂଆ ତରିକା ଆପଣାଇଛି ଟ୍ରାଫିକ ପୁଲିସ । ସେହିପରି କଟକରେ ମଧ୍ୟ  ଚକଲେଟ ଓ ଗୋଲାଫ ଫୁଲ ଦେଇ ଲୋକଙ୍କୁ ଟ୍ରାଫିକ ନିୟମ ନେଇ କରାଯାଉଛି ସଚେତନ । ଟ୍ରାଫିକ ଡିସିପି ସାଗରିକା ନାଥ ନିଜେ ଫୁଲ ଓ ଚକଲେଟ ଦେଇ ଲୋକଙ୍କୁ ବୁଝାଉଛନ୍ତି ।
ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ  ଜୋରିମାନା ଆଦାୟ ନେଇ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଭୁବନେଶ୍ୱର ରାଜମହଲରେ ଫାଇନ ଆଦାୟକୁ ନେଇ ରଣକ୍ଷେତ୍ର ସୃଷ୍ଟି ହୋଇଥିଲା । ଲୋକମାନେ ସରକାରୀ ଗାଡିକୁ ଅଟକାଇ କାଗଜ ପତ୍ର ମାଗିବାରୁ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ପରେ ୩ ମାସ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ପାଇଁ  ଟ୍ରାଫିକ ନିୟମକୁ କୋହଳ କରିଛନ୍ତି । ୩ ମାସ ଭିତରେ ଗାଡିର ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ଚକଲେଟ ଓ ଫୁଲ ଦେଇ ଏବେ ଲୋକଙ୍କୁ ସଚେତନ କରାଯାଉଛି ।