ଶିଶୁ ଦିବସରେ ଟ୍ରାଫିକ୍ ସଚେତନତା : ନିୟମ ପାଳନ ପାଇଁ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଲେ ଦେବଗଡ଼ ଏସପି

158

କନକ ବ୍ୟୁରୋ : ଶିଶୁ ଦିବସରେ ଟ୍ରାଫିକ୍ ସଚେତନତା । ଟ୍ରାଫିକ୍ ନିୟମ ବୁଝାଇଲେ ଦେବଗଡ ଏସପି । ସଡ଼କ ସୁରକ୍ଷାର ବାର୍ତ୍ତା ଦେବା ସହ ନିୟମ ପାଳନ ପାଇଁ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଲେ ଦେବଗଡ ଏସପି ରାହୁଲ ଜୈନ ।

ସୂଚନାଯୋଗ୍ୟ ଆଜି ବାରକୋଟ ବ୍ଲକ ଅନ୍ତର୍ଗତ କଣ୍ଢଳ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଶିଶୁ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଦେବଗଡ ଏସପି ରାହୁଲ ଜୈନ । ସେଠାରେ ସେ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରିଥିଲେ । କେବଳ ଏତିକି ନୁହେଁ ଛାତ୍ରଛାତ୍ରୀ ,ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କୁ ଟ୍ରାଫିକ ନିୟମ ପାଳନ ପାଇଁ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଦେବଗଡ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର, ଇନ୍ସପେକ୍ଟର ସୁରେନ୍ଦ୍ର କୁମାର ନାୟକ, ଏଏସଆଇ ପୁରୁଷୋତ୍ତମ ବେହେରା ଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।