ରାଜ୍ୟରେ ମହଙ୍ଗା ହେବ ଟୋଲ ଟିକସ : ଗାଡ଼ି ଚାଳକ ଦେବେ ଅଧିକ ଟୋଲ ଫି

365

କନକ ବ୍ୟୁରୋ : ରାଜ୍ୟ ରାଜପଥ ଟୋଲ ଫି ବଢ଼ିବ । ଗାଡ଼ି ଚାଳକ ଦେବେ ଅଧିକ ଟୋଲ ଫି । ରାଜ୍ୟ ରାଜପଥରେ ଥିବା ଟୋଲଗେଟ ଗୁଡିକରେ ବଢିପାରେ ଟୋଲ ଫି । ଏନେଇ ପୂର୍ତ ବିଭାଗକୁ ଚିଠି ଲେଖିଛି ଓଡିଶା ସେତୁ ଓ ନିର୍ମାଣ ନିଗମ ଲିମିଟେଡ୍ । ରାଜ୍ୟ ରାଜପଥର ଟୋଲଗେଟ ଗୁଡିକରେ ୨୦୦୬ରେ ଅର୍ଥ ବିଭାଗ ଧାର୍ଯ୍ୟ କରିଥିବା ଦର ଅନୁସାରେ ଟୋଲ ଫି ଆଦାୟ ହୋଇଆସୁଛି । ଏଥିପାଇଁ ବ୍ରିଜ କିମ୍ବା ରାସ୍ତାରେ ଟୋଲ ଫି ନିର୍ଦ୍ଧାରିତ ହୋଇଛି । ହେଲେ ୨୦୧୧ରେ ରାଜ୍ୟ ସରକାର ନୂଆ ଅଇନ କରିଛନ୍ତି । ଏଥିରେ ରାସ୍ତା କିମ୍ବା ବ୍ରିଜର ଲମ୍ବ ଅନୁସାରେ ଟୋଲ ଫି ଧାର୍ଯ୍ୟ କରିବାକୁ ନିୟମ ରହିଛି ।

ରାସ୍ତା ଓ ପୋଲ ନିର୍ମାଣ କରିବାକୁ ଅଧିକ ଟଙ୍କା ଦରକାର ପଡୁଥିବାରୁ ଟୋଲ ଫି’ରେ ସଂଶୋଧନ କରାଯିବ ବୋଲି ଓଡିଶା ସେତୁ ଓ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି । ତେଣୁ ସେହି ଅନୁସାରେ ଓଡିଶା ସରକାରଙ୍କ ଉଦ୍ୟୋଗ ଓଡିଶା ସେତୁ ଓ ନିର୍ମାଣ ନିଗମ ଲିମିଡେଟ ପୂର୍ତ ବିଭାଗକୁ ଚିଠି ଲେଖିଛି । ଏବଂ ଆଗକୁ ରାଜ୍ୟ ରାଜପଥରେ ଥିବା ଟୋଲଗେଟ୍ ଗୁଡିକରେ ଟୋଲ ଫି ବୃଦ୍ଧି ହେବାର ଆଶଙ୍କା ବଢିଯାଇଛି । ସରକାରଙ୍କ ଅନୁମୋଦନ ପରେ ଏହାକୁ ଲାଗୁ କରାଯିବ ବୋଲି ଜଣାପଡିଛି।