କନକ ବ୍ୟୁରୋ : ଧାର୍ମିକ ମହତ୍ୱରେ ପରିପୂର୍ଣ୍ଣ ଗଙ୍ଗାନଦୀଙ୍କୁ ପ୍ରଦୂଷିତ କଲେ ମିଳିବ କଠୋର ଦଣ୍ଡ । ଗଙ୍ଗା ସଫେଇ ଉପରେ ଗୁରୁତ୍ୱ ଦେଉଥିବା ମୋଦି ସରକାର ଚଳିତ ଶୀତ ଅଧିବେଶନରେ ଆଣିବ ନୂଆ ବିଲ୍ । ବିଲ୍ ଆଇନରେ ପରିଣତ ହେଲେ ଗଙ୍ଗା ପ୍ରଦୂଙ୍କାରୀଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହିତ ୫୦ କୋଟି ଟଙ୍କାର ଜରିମାନା କରାଯିବା । ଏହାସହ ଗଙ୍ଗାକୁ ବଂଚାଇବା ପାଇଁ ଏକ ସ୍ୱତନ୍ତ୍ର ପୋଲିସ୍ ଫୋର୍ସ ମଧ୍ୟ ତିଆରି କରାଯିବା ଯୋଜନା ରହିଛି ।

Advertisment

publive-image

ଇତିମଧ୍ୟରେ ଜଳଶକ୍ତି ମନ୍ତ୍ରାଳୟ ଏନେଇ ବିଲ ପ୍ରସ୍ତୁତ କରି କ୍ୟାବିନେଟରେ ମଞ୍ଜୁରି ଲାଗି ପଠାଇଥିବା ଜଣାଯାଇଛି। ଏହି ବିଲରେ ୧୩ଟି ଚାପ୍ଟର ରହିଛି । ଏଥିରେ ବେଆଇନ ନିର୍ମାଣ କାର୍ଯ୍ୟ, ଜଳରେ ଗତିକୁ ରୋକିବା, ଗଙ୍ଗାରେ କୌଣସି ବିଷାକ୍ତ ଜିନିଷ ନ ଫୋପାଡ଼ିବା ପାଇଁ ଏହି ନିୟମ କରାଯାଇଛି ।

କେଉଁ ଆଧାରରେ ଦୋଷୀ ସାବ୍ୟସ୍ତ ହେବେ . .
- ଗଙ୍ଗା ଆଖପାଖରେ ବେଆଇନ୍ ନିର୍ମାଣ
- ପାଣିର ସ୍ରୋତକୁ ରୋକିବା
- ଗଙ୍ଗା ନଦୀକୁ ପ୍ରଦୂଷିତ କରିବା
- ନଦୀ ତଟରେ ଘର କିମ୍ବା ବ୍ୟବସାୟ ପାଇଁ ନିର୍ମାଣ କରିବା
- ନଦୀ ଖନନ କରିବା
- ଗଙ୍ଗା ଆଖପାଖରେ ଭୂତଳ ଜଳ ବାହାର କରିବା
- ଗଙ୍ଗାଘାଟକୁ କ୍ଷତି ପହଞ୍ଚାଇବା