କର୍ମଜୀବୀ ମହିଳାଙ୍କ ପାଇଁ କିଛି ଜରୁରୀ ଟିପ୍ସ !

56

କର୍ମଜୀବୀ ମହିଳାଙ୍କ ଜୀବନ ଦୈନନ୍ଦିନ ବେଶ୍ ବ୍ୟସ୍ତବହୁଳ । ଏମିତି କି ଘର କାମ ପରେ ଅଫିସ କାମ କରିବା ସହ ନିଜ ନିଜ ଦକ୍ଷତା ପ୍ରଦର୍ଶନ କରିବା, ସେମାନଙ୍କ ଲାଗି କୌଣସି ଚ୍ୟାଲେଞ୍ଜଠୁ କମ ନୁହେଁ । ତେବେ ଏଥିରେ ସଫଳ ହେବା ଲାଗି କେତୋଟି କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

– ସର୍ବପ୍ରଥମେ ସମୟାନୁବର୍ତ୍ତିତା ପ୍ରତି ଗୁରୁତ୍ୱ ଦିଅନ୍ତୁ । ଘରକାମ ଆଳରେ କର୍ମକ୍ଷେତ୍ରରେ ବିଳମ୍ବରେ ପହଂଚିବା ଭଲି ବଦଭ୍ୟାସ ଥିଲେ ବଦଳାନ୍ତୁ । ନିଜ ପ୍ରତ୍ୟେକ କାର୍ଯ୍ୟ ଠିକ ସମୟରେ କରିବା ଲାଗି ଏକ ରୁଟିନ ପ୍ରସ୍ତୁତ କରନ୍ତୁ । ଦେଖିବେ କାର୍ଯ୍ୟ ସରଳ ହେବ ।

– ଯଦି କୌଣସି କାରଣରୁ ବିଫଳତା ମିଳେ ତେବେ ବ୍ୟସ୍ତ ହୋଇ ଘରେ ରହିଯିବା ବଦଳରେ ଅଧିକ ପରିଶ୍ରମ କରନ୍ତୁ ।

– ନିଜ ଚାକିରିକୁ କେବଳ ଏକ ଟାଇମପାସର ମାଧ୍ୟମ ଭାବନ୍ତୁ ନାହିଁ କିମ୍ବା ନିଜ ଚାକିରିକୁ ଛୋଟ ମନେ କରନ୍ତୁ ନାହିଁ । କାରଣ ମନରେ ଏପରି ନକରାତ୍ମକ ଭାବନା ରହିଲେ କାର୍ଯ୍ୟ ପ୍ରତି ଆଗ୍ରହ କମିବା ସହ ଉନ୍ନତିର ବାଟ ମଧ୍ୟ ଦେଖାଯାଇ ନଥାଏ । ନିଜର ଶତ ପ୍ରତିଶତ ଦେଇ ସଫଳତାର ପାହାଚ ଚଢିବାକୁ ଚେଷ୍ଟା କରନ୍ତୁ ।

– ଘରକାମର ବ୍ୟସ୍ତତା ସହ ଅଫିସ ଯିବା ଲାଗି ତରତର ହୋଇ ନିଜକୁ ଅବହେଳା କରନ୍ତୁ ନାହିଁ । କାରଣ ଗେଟଅପ ଏବଂ ବଡିଲାଙ୍ଗୁଏଜ ଆପଣଙ୍କର ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ ।

– ସର୍ବଦା ନିଜ ପର୍ସନାଲ ଏବଂ ପ୍ରଫେଶନାଲ ଲାଇଫକୁ ଅଲଗା ରଖିବାକୁ ଚେଷ୍ଟା କରନ୍ତୁ । ଆପଣ ଉଭୟରେ ସଫଳ ହୋଇ ପାରିବେ ।