ତିଦ୍ଦତର ସ୍ୱାଧୀନତା ଦାବିରୁ ଓହରିଗଲେ ଆଧ୍ୟାତ୍ମିକ ଧର୍ମଗୁରୁ ଦଲାଇଲାମା ! କହିଲେ, ଚୀନଠାରୁ ଅଲଗା ହେବାକୁ ଚାହେଁନି ତିଦ୍ଦତ

28

କନକ ବ୍ୟୁରୋ : ଚୀନଠାରୁ ଅଲଗା ହେବାକୁ ଚାହୁଁନି ତିବ୍ଦତ, ଚାହୁଁଛି ଅଧିକ ବିକାଶ । ଏହା କହିଛନ୍ତି ଧର୍ମଗୁରୁ ଦଲାଇଲାମ । କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହା କହିଛନ୍ତି ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା । ଚୀନ ଠାରୁ ଭିନ୍ନ ହେବାକୁ ଚାହୁଁନି ତିବ୍ଦତ ଏବଂ ଅଧିକ ବିକାଶ ଚାହୁଁଥିବା ସେ କହିଛନ୍ତି । ତିବ୍ଦତର ଭିନ୍ନ ପରମ୍ପରା ରହିଛି ଓ ଚୀନବାସୀ ନିଜ ଦେଶକୁ ଭଲ ପାଉଥିବା ବେଳେ ତିବ୍ଦତବାସୀ ନିଜ ଦେଶକୁ ଭଲ ପାଆନ୍ତି ବୋଲି ଦଲାଇ ଲାମା କହିଛନ୍ତି । ଏହାସହ ସେ କହିଛନ୍ତି ଯେ, ଚୀନବାସୀଙ୍କ ତୁଳନାରେ ଭାରତୀୟ ଅଧିକ ଅଳସୁଆ । କିନ୍ତୁ ଭାରତ ହେଉଛି ଏକ ସ୍ଥିର ଦେଶ, ବିବିଧ ପରମ୍ପରାର ଏକ ଅନନ୍ୟ ଉଦାହରଣ ଏବଂ ବିଶ୍ୱ ଦରବାରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ବିଭିନ୍ନ ପରମ୍ପରାକୁ ନେଇ ଏକାଠି ରହିବା ନେଇ ଭାରତର ପ୍ରଶଂସା କରିଛନ୍ତି ଧର୍ମଗୁରୁ । ତେବେ ଭାରତର ପାଣିପାଗ ଯୋଗୁଁ ଭାରତୀୟ ମାନେ ବୋଧେ ଅଳସୁଆ ବୋଲି ସେ କହିଛନ୍ତି ।