ବାହୁବଲୀ ରୂପରେ ନଜର ଆସିବେ ଗଜାନନ ! ମୂର୍ତ୍ତି ତିଆରିରେ ବ୍ୟସ୍ତ ଅସ୍ତରଙ୍ଗ କାରିଗର

43

କନକ ବ୍ୟୁରୋ : ଚଳିତ ବର୍ଷ ବାହୁବଲୀ ସାଜିବେ ଗଜାନନ । ଏବର୍ଷ ଗଣେଜ ପୂଜାରେ ବାହୁବଲୀ ରୂପରେ ନଜର ଆସିବେ ଭଗବାନ ଗଣେଶ । ଏଥିପାଇଁ ସବୁଆଡ଼େ ମୂର୍ତ୍ତି ତିଆରି ଚାଲିଛି । ଅସ୍ତରଙ୍ଗ କାରିଗର ମାନେ ମଧ୍ୟ ମୂର୍ତ୍ତି ତିଆରି ଆରମ୍ଭ କରିଦେଇଛନ୍ତି । ଆଜିକାଲି କାରିଗର ମାନେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଗଣେଷ ପୂଜା ଉପଲକ୍ଷେ ତିଆରି କରୁଛନ୍ତି ଭଳିକି ଭଳିକି ଗଣେଶ ମୂର୍ତ୍ତି ।

ଅସ୍ତରଙ୍ଗରେ ମୂର୍ତ୍ତି ତିଆରି ପ୍ରାୟ ଶେଷ ହୋଇ ଆସିଲାଣି । ଏବେ ମୂର୍ତ୍ତି ଗୁଡିକରେ ରଙ୍ଗ ଦେଉଛନ୍ତି କାରିଗର । ତେବେ ଏବର୍ଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟବ ବାହୁବଲୀ ମୂର୍ତ୍ତି । ବାହୁବଲୀ ପରି ଅବିକଳ ମୂର୍ତ୍ତି ତିଆରି କରୁଛନ୍ତି ଅସ୍ତରଙ୍ଗ କାରିଗର । ମୂର୍ତ୍ତି ତିଆରି ସମ୍ପୂର୍ଣ୍ଣ ହେବା ପରେ କିପରି ଦେଖାଯିବ ଏହି ମୂର୍ତ୍ତି, ସେନେଇ ଶ୍ରଦ୍ଧାଳୁ ଅନେଇ ବସିଛନ୍ତି । ଆଗକୁ ଆସୁଛି ପାର୍ବଣ ଋତୁ । ପାର୍ବଣ ଋତୁର ପ୍ରାରମ୍ଭରେ ହେବ ଗଣେଶ ପୂଜା । ଚଳିତ ବର୍ଷ ୨୫ ତାରିଖ ଶୁକ୍ରବାର ଦିନ ପଡ଼ୁଛି ଗଣେଶ ପୂଜା ।