ଲଂଚ ହେଲା ହାଇଟେକ୍ ଟ୍ରକ୍ ! ଗାଡ଼ି ଚଳାଇବା ହେବ ମଜାଦାର, ବ୍ୟାଟେରୀ ଚାର୍ଜ ହେଲେ ୭୫୦ କିମି ପର୍ଯ୍ୟନ୍ତ କରିହେବ ଯାତ୍ରା

40

ବୈଦୁତିକ ଗାଡ଼ି ଉପସ୍ଥାପନ କରିବା ପାଇଁ ପ୍ରତିଦିନ ନୂଆଁ ନୂଆଁ ପ୍ରୟୋଗ କରୁଛି ଟେଲ୍ସା କମ୍ପାନୀ । ତେବେ ସବୁଠାରୁ ବଡ଼ କଥା ହେଲା ପ୍ରୟୋଗକୁ ନୂଆ ରୂପ ଦେଇ ସେମି-ଅଟୋମେଟିକ ଟ୍ରକ୍ ଆଣିଛି କମ୍ପାନୀ । ନିକଟରେ ହିଁ କମ୍ପାନୀ ତରଫରୁ ଏହି ନୂତନ ଜ୍ଞାନକୌଶଳ ଯୁକ୍ତ ଟ୍ରକକୁ ଉପସ୍ଥାପନ କରାଯାଇଛି । ଏହି ବୈଦୁତିକ ଟ୍ରକରେ ରହିଛି ଅନେକ ବିଶେଷତ୍ୱ । ଟ୍ରକରେ ସ୍ୱୟଂଚାଳିତ ବ୍ରେକ ଥିବା ଯୋଗୁଁ ଦୁର୍ଘଟଣା ଆଶଙ୍କା କମ ରହିଛି । ବିପଦ ସମୟରେ ଆପେ ଆପେ ଅଟକି ଯିବ ଟ୍ରକ୍ । ସମ୍ପୂର୍ଣ୍ଣ ରୂପେ ବ୍ୟାଟରୀରେ ଚାଲିତ ହେବ ଏହି ଟ୍ରକ୍ । ଥରେ ଚାର୍ଜ କରିବା ପରେ ପାଖାପାଖି ୭୫୦ ପର୍ଯ୍ୟନ୍ତ ଯାତ୍ରା କରିପାରିବ ଟ୍ରକ୍ । ତେବେ ବ୍ୟବସାୟିକ ଦୃଷ୍ଟିରୁ ୨୦୧୯ରୁ ଏହି ଟ୍ରକ ତିଆରି କରାଯିବ ବୋଲି ସୂଚନା ମିଳିଛି । ତେବେ ଏହି ହାଇଟେକ୍ ଟ୍ରକ୍ ଭାରତରେ ପହଞ୍ଚୁ ପହଞ୍ଚୁ ଆଉ ଅନେକ ବର୍ଷ ଲାଗିବ ।

ସୂଚନାଯୋଗ୍ୟ ଦେଶର ଅର୍ଥବ୍ୟବସ୍ଥା ସଡ଼କରେ ଚାଲୁଥିବ ଟ୍ରକ୍ ଉପରେ ନିର୍ଭର କରେ । ଦେଶର ପାଖାପାଖି ୬୫ ପ୍ରତିଶତ ମାଲ ପରିବହନର ଦାୟିତ୍ୱ ଟ୍ରକ ଡାଇଭରଙ୍କ ଉପରେ ନିର୍ଭର କରେ । ସଡ଼କ ପରିବହନ ଏବଂ ଜାତୀୟ ରାଜମାର୍ଗ ମନ୍ତ୍ରାଳୟ, ଭାରତ ସରକାରଙ୍କ ରିପୋର୍ଟ ଅନୁସାରେ ୨୦୧୫ରେ ୨୫ ହଜାର ୧୯୯, ୨୧୦୬ରେ ୧୬,୮୭୬ ଲୋକ ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ଏହାର ମଣିଷର ଭୁଲ ଯୋଗୁଁ ଘଟିଛି ଦୁର୍ଘଟଣା । ସବୁଠାରୁ ବଡ଼ କାରଣ ହେଲା ଟ୍ରକ୍ ଡ୍ରାଇଭରମାନେ ଗାଡ଼ି ଚଳାଇ ଚଳାଇ ଥକିଯାଇଥାଆନ୍ତି ଓ ତାଙ୍କର ନିଦ ପୁରା ହୋଇପାରେନି । ଏକ ସର୍ଭେ ଅନୁସାରେ ଭାରତୀୟ ଟ୍ରକ ଡ୍ରାଇଭର ଦିନରେ ୪ରୁ ୫ ଘଣ୍ଟା ହିଁ ଶୋଇ ପାରନ୍ତି । ତେବେ ବୈଦୁତିକ ଟ୍ରକ ଆସିବା ପରେ ଭାରତର ଟ୍ରକ ଚାଳକଙ୍କ ଅବସ୍ଥାରେ ସୁଧାର ଆସିବ ବୋଲି ଆଶା କରାଯାଇଛି । ଏହା ବ୍ୟତୀତ ଟ୍ରକ୍ ଦୁର୍ଘଟଣା ଉପରେ ମଧ୍ୟ ରୋକ ଲଗାଯାଇପାରିବ ।