ନିର୍ବାଚନୀ ଋତୁରେ ନେତାଙ୍କ ଚାଲିଚଲଣ ତଥା ରଙ୍ଗଢ଼ଙ୍ଗ ସବୁ ବଦଳିଯାଏ । ଆଉ ନିର୍ବାଚନ ଶେଷ ହେଲେ ସବୁ ଶେଷ । ଲୋକଙ୍କୁ ହଜାର ହଜାର ପ୍ରତିଶ୍ରୁତି ଦେଇଥିବା କଥା ଜିତିବାର କ୍ଷଣିକ ମୁହୂର୍ତ୍ତ ପରେ ଭୁଲିଯାଆନ୍ତି ନେତା । କିନ୍ତୁ ପୂର୍ବରୁ ତାଙ୍କ ବ୍ୟବହାର ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବ । ଗାଦି ଲୋଭରେ କିଛି ବି କରିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତି ରାଜନେତା । ଲୋକଙ୍କ ଘରେ ଖାଇବା, ତାଙ୍କ ସହ ଗପସପ କରିବା ଠାରୁ ଆରମ୍ଭ କରି ମତଦାତାଙ୍କ ବାସନ ମାଜିବା ପରି ଘଟଣା ସାମ୍ନାକୁ ଆସିସାରିଛି । ଆଜିକାଲି ନେତାଙ୍କ ନିର୍ବାଚନ ପ୍ରଚାର ସମୟରେ ଲୋକଙ୍କ ଗୋଡ଼ ଧରିବା ପାଇଁ ପ୍ରସ୍ତୁତ ହୋଇଯାଉଛନ୍ତି । ତେବେ କେବଳ ଗାଦି ପାଇଁ ତଥା ନିର୍ବାଚନ ଜିତିବା ପାଇଁ ଜୋତା ମାଡ଼ ଖାଇବା ପାଇଁ ପ୍ରସ୍ତୁତ ହୋଇଯିବା କଥା ଶୁଣି କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ତେଲେଙ୍ଗାନାରେ ହୋଇଛି ଏପରି ଘଟଣା ।
ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କୋରାତଲାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଜୋତା ମାଡ଼ ଖାଇବା ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି । ପ୍ରଚାର ଅଭିଯାନରେ ଭୋଟରମାନଙ୍କୁ ସାଙ୍ଗରେ ନେଇଯାଇଥିବା ଚପଲ ବାଣ୍ଟୁଛନ୍ତି । ଏବଂ କହୁଛନ୍ତି ବିଜୟୀ ହୋଇ ଯଦି ସେ ଦେଇଥିବା ପ୍ରତିଶ୍ରୁତ ଭୁଲିଯାଆନ୍ତି, ତେବେ ତାଙ୍କୁ ଜୋତାରେ ପିଟିବେ । ସ୍ୱାଧୀନ ପ୍ରାର୍ଥୀଙ୍କ ନାମ ହେଲା ଆକୁଳ ହନୁମନ୍ତ । ପ୍ରଚାର ଅଭିଯାନରେ ଚପଲ ଧରି ଆକୁଳ ହନୁମନ୍ତ କହୁଛନ୍ତି ଜିତିବା ପରେ ପ୍ରତିଶ୍ରୁତି ମୁତାବକ କାମ ନକଲେ ମୋତେ ଜୋତା ମାଡ଼ରେ ପିଟିବ।
Akula Hanumanth, an Independent candidate from Koratla, Telangana hands out slippers to voters, asking them to hit him if he fails to deliver on promises if he is elected. #TelanganaElections2018 pic.twitter.com/cBTXaZwC2R
— ANI (@ANI) November 23, 2018
ତେଲେଙ୍ଗାନାର ଜଗତିଆଲ ଜିଲ୍ଲାରେ ଥିବା ୧୩ଟି ନିର୍ବାଚନ ମଣ୍ଡଳୀରୁ କୋରାତଲା ଅନ୍ୟତମ । ହନୁମନ୍ତଙ୍କ ପ୍ରଚାର ଅଭିଯାନର ଭିଡିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ପ୍ରଚାର ଅଭିଯାନରେ ଆସୁଥିବା ଅନ୍ୟ ନେତାମାନଙ୍କୁ କେତେକ ଲୋକ ହନୁମନ୍ତଙ୍କୁ ଅନୁସରଣ କରିବାକୁ କହୁଛନ୍ତି । ହନୁମନ୍ତ ମେଟ୍ଟୁପ୍ପଲ୍ଲୀ ସହରରେ ଦୁଆର ଦୁଆର ବୁଲି ପ୍ରଚାର କରୁଥିବା ବେଳେ ଏହି ଭିଡିଓ ସୁଟିଙ୍ଗ୍ କରାଯାଇଥିଲା । ସେଥିରେ ସେ ଭୋଟର୍ମାନଙ୍କୁ କହିଛନ୍ତି ଯେ ଯଦି ବିକାଶ ନ କରାଇ ପାରନ୍ତି ସେ ଇସ୍ତଫା ଦେବେ । ଭଭୋଟରଙ୍କୁ ଆକର୍ଷିତ କିରବା ପାଇଁ କହିଛନ୍ତି ଠିକ୍ ଭାବେ କାର୍ଯ୍ୟ ନକରନ୍ତି ତେବେ ତାଙ୍କୁ ସର୍ବସାଧାରଣରେ ଚପଲରେ ପିଟିବାର ଅଧିକାର ଅଛି ।
Comments are closed.