ବନ୍ଦ ହୋଇପାରେ ବ୍ୟାଙ୍କ ଆକାଉଣ୍ଟ ! ୩୦ ଅପ୍ରେଲ ମଧ୍ୟରେ ଆଧାର ସହ କରନ୍ତୁ ସଂଯୋଗ

27

ଆଧାର ସହ ସଂଯୋଗ କରନ୍ତୁ ବ୍ୟାଙ୍କ ଆକାଉଣ୍ଟ । ନହେଲେ ବନ୍ଦ ହୋଇପାରେ ନେଣଦେଣ । ଜୁଲାଇ ୨୦୧୪ ଠାରୁ ଅଗଷ୍ଟ ୨୦୧୫ ମଧ୍ୟରେ ଖୋଲା ଯାଇଥିବା ଖାତାଗୁଡିକ ୩୦ ଅପ୍ରେଲ ମଧ୍ୟରେ ଆଧାର କାର୍ଡ ସହ ସଂଯୋଗ କରିବା ବାଧ୍ୟତାମୂଳକ ଅଟେ ବୋଲି ସବୁ ବ୍ୟାଙ୍କକୁ ସୂଚନା ଦେଇଛି ଆୟକର ବିଭାଗ । ଏହାସହ କୁହା ଯାଇଛି ୩୦ ଅପ୍ରେଲ ଯାଏଁ ନିଜର କେୱାଇସି ବିବରଣୀ ଓ ଆଧାର ନମ୍ବର ବ୍ୟାଙ୍କକୁ ନଦେଲେ ଖାତା ବନ୍ଦ ହୋଇପାରେ । ଏମିତି ଏକ ଖବର ପ୍ରକାଶ ପାଇଛି ଅମର ଉଜାଲାରେ ।

ସୂଚନା ଅନୁସାରେ ଏହି ଖାତା ଗୁଡିକ ବନ୍ଦ ନେହେବା ପାଇଁ ଅପ୍ରେଲ ୩୦ ଯାଏଁ ବିଦେଶୀ କର ଅନୁପାଳନ (ଏଫଏଟିସିଏ) ନିୟମ ଅନୁସାରେ ଉପଯୁକ୍ତ ସୂଚନା ଦେବାକୁ ପଡିବ । ଯଦି ଖାତାଧାରୀ ସବିଶେଷ ସୂଚନା ଦେବାକୁ ଅସମର୍ଥ ରୁହନ୍ତି ତେବେ ବ୍ୟାଙ୍କ ଓ ଅନ୍ୟ ଆର୍ଥିକ କାରବାର ସଂସ୍ଥାନ ଖାତାକୁ ବ୍ଲକ କରିପାରବିବେ । କିନ୍ତୁ ଖାତାକୁ ବ୍ଲକ କରିବା ପରେ ଯଦି ଆପଣ ନିଜର ସବିଶେଷ ସୂଚନା ଦିଅନ୍ତି ଖାତା ପୁଣି ଥରେ ଚାଲୁ ହୋଇପାରିବ । ଏହି ନିୟମ ସେହି ଖାତା ଗୁଡିକ ପାଇଁ ଲାଗୁ ହେବ ଯାହା ଏଫଏଟିସିଏ ନିୟମ ଅଧିନରେ ଆସୁଛି ।