ଟ୍ରାଏଲ କୋର୍ଟ ଓ ଟ୍ରିବ୍ୟୁନାଲ୍‌ରେ ସିସିଟିଭି ଲଗାଇବାକୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ !

25

କନକ ବ୍ୟୁରୋ : ବିଚାର ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲାଗି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ଟ୍ରାଏଲ କୋର୍ଟ ଓ ଟ୍ରିବ୍ୟୁନାଲରେ ସିସିଟିଭି ଲଗାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଚାର ସମୟର ଭିଡିଓ ଓ ଅଡିଓ ରେକର୍ଡିଂ ହେବାରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।

ଜଷ୍ଟିସ୍‌ ଆଦର୍ଶ କୁମାର ଗୋଏଲ୍‌ ଓ ଉଦୟ ଲଲିତଙ୍କ ଖଣ୍ଡପୀଠ ବିଭିନ୍ନ ରାଜ୍ୟର ହାଇକୋର୍ଟମାନଙ୍କୁ ଏହାର ବିଧିବ୍ୟବସ୍ଥା ପ୍ରସ୍ତୁତ କରିବାକୁ କହିଛନ୍ତି । ଏଥିପାଇଁ କାର୍ଯ୍ୟଧାରା ଯଥା ଶୀଘ୍ର ପ୍ରସ୍ତୁତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତେଣେ ସର୍ବୋଚ୍ଚ ଅଦାଲତ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଏବଂ ଆଇନ ମନ୍ତ୍ରଣାଳୟକୁ କେଉଁ ଧରଣର ସିସିଟିଭି ଲଗାଯିବ ଓ ଏହାର ଦର କେତେ ସେ ନେଇ ଏକମାସ ଭିତରେ ରିପୋର୍ଟ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।