‘କମେଡି କିଙ୍ଗଙ୍କ ଜୀବନରେ ଟ୍ରାଜେଡି’! କପିଲଙ୍କ ସୋ ବଦଳରେ ଆସିବ ସୁନୀଲ ଗ୍ରୋଭରଙ୍କ ନୂଆ ସୋ’

23

ସୁନୀଲ ଗ୍ରୋଭରଙ୍କ ସହ ଝଗଡା ପରେ ଲାଗୁଛି ଯେମିତି କପିଲ ଶର୍ମାଙ୍କ ସମୟ ଭଲ ଚାଲୁନାହିଁ । ଏହି ଝଗଡା ପାଇଁ ସୁନୀଲ ଗ୍ରୋଭର, ଅଲୀ ଅସଗର, ଚନ୍ଦନ ପ୍ରଭାକର ଆଦି କଳାକାର ‘ଦ କପିଲ ଶର୍ମା ସୋ’ ଛାଡିବା ପରେ ସୋ’ର ଟିଆରପି ଆଶାତୀତ ଭାବେ କମି ଯାଇଛି । ଏବେ ଖବର ଆସୁଛି ସୋନୀ ଏଣ୍ଟରଟେନମେଣ୍ଟ ଚ୍ୟାନେଲ ‘ଦ କପିଲ ଶର୍ମା ସୋ’କୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଛି ।

କପିଲଙ୍କ ସୋ’ ବଦଳରେ ଏକ ନୂଆ ସୋ ଆରମ୍ଭ ହେବ, ଯାହାର ମୁଖ୍ୟ ଦାୟିତ୍ୱରେ ରହିବେ ସୁନୀଲ ଗ୍ରୋଭର । ଡିଏନଏର ଏକ ସୂତ୍ର ଅନୁସାରେ ଚ୍ୟାନେଲ ସୁନୀଲ ଓ କପିଲଙ୍କ ଝଗଡାକୁ ନେଇ ବହୁତ ନିରାଶ ଅଛି । ସେମାନେ ଯେତିକି ଭାବିଥିଲେ ତା’ ଠାରୁ ଢେର ଗୁଣା ଅଧିକ ସୋ’ର ରେଟିଂ କମି ଯାଇଛି । ଏମିତିରେ ସେମାନେ କପିଲଙ୍କୁ ବେଶୀ ଦିନ ରଖିପାରିବେ ନାହିଁ ।

ହୋଇପାରେ ଚ୍ୟାନେଲ କପିଲଙ୍କ ପୁରା ସୋ’ ବନ୍ଦ କରିପାରେ । ସୂଚନାରୁ ଜଣାପଡିଛି ଚ୍ୟାନେଲ ସୁନୀଲଙ୍କୁ ନେଇ ଏକ ନୂଆ ସୋ’ ତିଆରି କରିବା ପାଇଁ ଚାହୁୁଁଛିି । କପିଲ ଓ ସୁନୀଲଙ୍କ ଝଗଡା ପରେ ଚ୍ୟାନେଲ ସୁନୀଲଙ୍କୁ ନୂଆ ସୋ ପାଇଁ ଅଫର କରିଛି ଯାହାର ଜବାବ ଏଯାଏଁ ସୁନୀଲ ଦେଇନାହାନ୍ତି ।