୨ ଜଣଙ୍କୁ ମାରିବା ପରେ ହାତୀକୁ ମାରି ଜାଳିଦେଲେ ଗ୍ରାମବାସୀ : ୨ ବନକର୍ମଚାରୀଙ୍କୁ ସସପେଣ୍ଡ କଲେ ଡିଏଫଓ,ଜଣେ ଗିରଫ

269

କନକ ବ୍ୟୁରୋ : ସୁନ୍ଦରଗଡରେ ଅଭାବନୀୟ ଘଟଣା । ସଙ୍କଟରେ ଗଜରାଜ । ସୁନ୍ଦରଗଡ ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ସୁନାଖାନ ସେକ୍ସନ ସୁନାଖଣ୍ଡି ଗାଁର ହାତିକୁ ମାରି ପୋଡିଦେଇଛନ୍ତି ଲୋକେ । ଘଟଣାରେ ଜଣେ ଗିରଫ ହୋଇଥିବାବେଳେ ୩ ଜଣ ଅଟକ ଅଛନ୍ତି । ବନବିଭାଗ ଘଟଣାସ୍ଥଳରେ ପଂହଚି ତନାଘନା ଆରମ୍ଭ କରିଛି । ଖବର ଅନୁସାରେ, ୧୦ ଦିନ ତଳେ ରାଜଗାଙ୍ଗପୁରର ଏହି ଅଂଚଳରେ କିଛି ହାତୀ ଉପଦ୍ରବ କରିଥିଲେ । ହାତୀପଲ ଚାଷ ନଷ୍ଟ କରିବା ସହ ଦୁଇଜଣଙ୍କୁ କଚାଡି ମାରିଦେଇଥିଲେ । ଏଥିରେ ଉତ୍ୟକ୍ତ ଲୋକେ ପାଂଚଦିନ ତଳେ ଗୋଟିଏ ହାତୀକୁ ମାରି ପୋତିଦେଇଥିଲେ । ଗତକାଲି ଏହି ଘଟଣା ପ୍ରଘଟ ହେବା ପରେ ପ୍ରମାଣ ନଷ୍ଟ କରିଦେବା ଭୟରେ ଲୋକେ ହାତୀକୁ ପୋଡିଦେଇଥିବା ଜଣାଯାଇଛି । ଲୋକେ ହାତୀକୁ କେମିତି ମାରିଲେ ସେ ନେଇ ତଦନ୍ତ ଚାଲିଛି ।

ସେପଟେ କୂଅ ଭିତରେ ହାତୀ ଛୁଆ । ଢେଙ୍କାନାଳ ଗଦାଶିଳା ସେକସନ ପୋହଳି ଗାଁରେ ଏକ ପରିତ୍ୟକ୍ତ କୂଅ ଭିତରେ ଦନ୍ତା ହାତୀ ଖସିପଡିଛି । ଗତକାଲି ରାତିରେ ହାତୀ ପଲ ଧାନ ଖାଇବାକୁ ଗାଁ ମୁହାଁ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିବା ୭ରୁ ୮ ବର୍ଷ ହାତୀ ଛୁଆ ରହିଯାଇଥିଲା । ହାତୀ ଛୁଆଟି ବାଟ ଭୁଲି ଗାଁ ମୁହାଁ ହୋଇଥିବା ବେଳେ ଏକ ପରିତ୍ୟକ୍ତ କୂଅରେ ଖସିପଡିଥିଲା । ହାତୀ ଛୁଆଟି କୂଅ ଭିତରୁ ବାହାରି ପାରିନଥିବା ବେଳେ ଏକ ଜେସିବି ସାହାଯ୍ୟରେ ଉଦ୍ଧାର କରାଯିବ ବୋଲି ବନବିଭାଗ ସୂଚନା ଦେଇଛି ।