ସୁମନ୍ କୁମାରୀ ହେଲେ ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ଜଜ୍ ! ଖୁସି ବ୍ୟକ୍ତ କଲେ ପରିବାର ଲୋକ

250

କନକ ବ୍ୟୁରୋ : ହିନ୍ଦୁ ସଂପ୍ରଦାୟର ସୁମନ୍ କୁମାରୀ  ପାକିସ୍ତାନରେ ପ୍ରଥମ ମହିଳା ଜଜ୍ ଭାବେ ନିଯୁକ୍ତି ପାଇଛନନ୍ତି । ସୁମନ୍ ସିଭିଲ୍ ଜଜ ମାଜିଷ୍ଟ୍ରେଟ୍ ମେରିଟ୍ ତାଲିକାରେ ୫୪ ତମ ସ୍ଥାନ ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ  ପରିବାର ଲୋକେ ବହୁତ ଖୁସି ଅଛନ୍ତି । ପାକିସ୍ତାନର କମ୍ବର ଶାହଦକୋଟ୍ ଅଂଚଳର ସୁମନଙ୍କୁ ନିଜ ଜିଲ୍ଲାରେ ହିଁ ସେବା କରିବାର ସୁଯୋଗ ମିଳିଛି ।

ସୂଚନା ଅନୁସାରେ ହାଇଦ୍ରାବଦରୁ ଏଲଏଲବି ପରୀକ୍ଷା ପାସ୍ କରି ସୁମନ୍ କରାଚୀର ଜବିସ୍ତ ୟୁନିଭର୍ସିଟରୁ ସ୍ନାତ୍ତକତ୍ତୋର ଶେଷ କରିଥିଲେ । ତାଙ୍କ ପିତା ଜଣେ ଚକ୍ଷୁରୋଗ ବିଶେଷଜ୍ଞ  । ସୁମନଙ୍କ ୨ ଭଉଣୀଙ୍କ ମଧ୍ୟରୁ ଜଣେ ସପ୍ଟଓ୍ବେୟାର ଇଞ୍ଜିନିୟର ଓ ଅନ୍ୟଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ । ଜୀବନର ଲକ୍ଷ୍ୟ ପୂରଣ କରିବାକୁ ସେ ମୁସଲମାନ ବହୁଳ ଦେଶରେ ପ୍ରଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି ।

ତେବେ ଏହା ପ୍ରଥମ ଥର ନୁହେଁ ୨୦୧୮ ରେ ପାକିସ୍ତନାର ପିପୁଲ୍ସ ପାର୍ଟିର ନେତ୍ରୀ କୃଷ୍ଣା କୁମାରୀ ସାଂସଦ ରୂପେ ନିର୍ବାଚନ ଜିତିଥିଲେ । ସେ ପାକିସ୍ତାନରେ ହିନ୍ଦୁ ସଂପ୍ରଦାୟର ସାସଂଦ ହୋଇଥିବା ପ୍ରଥମ ମହିଳା ।