ସୁକମା ଆକ୍ରମଣରେ ସହିଦ ଯବାନଙ୍କୁ ରାଜନାଥଙ୍କ ଶ୍ରଦ୍ଧାଂଜଳ ! ସିଆରପିଏଫକୁ ରିପୋର୍ଟ ମାଗିଲା ଗୃହ ମନ୍ତ୍ରାଳୟ

22

କନକ ବ୍ୟୁରୋ : ଛତିଶଗଡ ସୁକମାରେ ମାଓବାଦୀଙ୍କ ଆକ୍ରମଣରେ ସହିଦ ୨୫ ସିଆରପିଏଫ ଯବାନଙ୍କୁ ଦେଶ ଦେଇଛି ଶ୍ରଦ୍ଧାଞ୍ଜଳି । ଆଜି ରାୟପୁରରେ ସହିଦ ଯବାନଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଗତକାଲି ସୁକମାର ଘଂଚ ଜଙ୍ଗଲରେ ମାଓବାଦୀଙ୍କ ସହ ଏନକାଉଂଟରରେ ସହିଦ ହୋଇଥିଲେ ୨୫ ଯବାନା ରାଜନାଥ ସିଂହ ମେଡିକାଲ ଯାଇ ଆହତ ଯବାନଙ୍କୁ ଭେଟିଛନ୍ତି ।

ଘଟଣା ସମ୍ପର୍କରେ ସିଆରପିଏଫକୁ ଗୃହ ମନ୍ତ୍ରଣାଳୟ ରିପୋର୍ଟ ତଲବ କରିଛି । ଘଟଣା କିଭଳି ଓ କେଉଁ ପରିସ୍ଥିତିରେ ଘଟିଲା ସେ ସମ୍ପର୍କରେ ବିସ୍ତୁତ ରିପୋର୍ଟ ଦେବାକୁ ସିଆରପିଏଫକୁ କୁହାଯାଇଛି । ଆହତଙ୍କ ଚିକିତ୍ସା ରାୟପୁରରେ ଚାଲିଛି ।

ରାୟପୁରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପରେ ପରିସ୍ଥିତିର ସମୀକ୍ଷା କରିଛନ୍ତି ରାଜନାଥ । ସେ କହିଛନ୍ତି, ସହିଦଙ୍କ ବଳିଦାନ ବେକାର ଯିବନି । ମାଓବାଦୀଙ୍କ ଏହା ସୁଚିନ୍ତିତ ଯୋଜନା । ସେମାନେ ସେମାନଙ୍କ ଉଦ୍ଦେଶ୍ୟରେ କେବେ ବି ସଫଳ ହେବେନି ।