ଜୀବନ ହାରିଲେ ପୁଟୁରା ସେବାଶ୍ରମର ପ୍ରଧାନଶିକ୍ଷକ : ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

795

କନକ ବ୍ୟୁରୋ : ଦଉଡ଼ି ଲଗାଇ ଆତ୍ମହତ୍ୟା କଲେ ପ୍ରଧାନଶିକ୍ଷକ । ଆଜି ସକାଳେ ଜୟପୁର ବ୍ଲକ୍ ଅନ୍ତର୍ଗତ ପୁଟୁରା ସେବାଶ୍ରମର ପ୍ରଧାନଶିକ୍ଷକ ଆତ୍ମହତ୍ୟା କରିଛନ୍ତି । ମୃତ ପ୍ରଧାନଶିକ୍ଷକ ହେଉଛନ୍ତି ୫୨ ବର୍ଷିୟ ସୁବାସ ଚନ୍ଦ୍ର ସାବତ । ତାଙ୍କ ଘର ସଂଲଗ୍ନ ଦୋକାନ ଘରେ ସେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା କଥା ଆଜି ସକାଳେ ତାଙ୍କ ପରିବାର ଲୋକେ ଜାଣିବାକୁ ପାଇଲେ ।

କେଉଁ କାରଣ ପାଇଁ ସାବତ ଆତ୍ମହତ୍ୟା କରିଛନ୍ତି, ତାହା ଜଣାପଡ଼ିନାହିଁ । ଜୟପୁର ସଦର ପୁଲିସ ଘଟଣାସ୍ଥଳକୁ ଯାଇ ଶବ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ପୁରୁଣା ମେଡିକାଲକୁ ପଠାଇଛି। ରିପୋର୍ଟ ମିଳିବା ପରେ ଘଟଣାର ତଦନ୍ତ କରାଯିବ ବୋଲି ପୁଲିସ କହିଛି ।